ବାଲେଶ୍ଵର: କୋରୋନା ଭାଇରସ ପାଇଁ ଜାରି ରହିଛି 4ର୍ଥ ପର୍ଯ୍ୟାୟ ଲକଡାଉନ । ଏପରି ସମୟରେ ମଧ୍ୟ ଥମିବାର ନାଁ ଧରୁନି ଚୋରା ମଦ କାରବାର । ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାରେ । ଜିଲ୍ଲାରେ ବିପୁଳ ମଦ ସହ ଦାମୀ କାର ଜବତ କଲା ବାଲେଶ୍ଵର ଅବକାରୀ ମୋବାଇଲ ୟୁନିଟ। ଏହାସହ ମଦ ବେପାରରେ ସମ୍ପୃକ୍ତ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ଜାତୀୟ ରାଜପଥରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ବାଲେଶ୍ଵର ପଟୁ ଏକ କାର ଯାଉଥିବା ବେଳେ ସେରଗଡ଼ ନିକଟରେ ଅବକାରୀ ମୋବାଇଲ ୟୁନିଟ କାର ଅଟକାଇ ଚେକିଂ କରିଥିଲା। ସେଥିରୁ ବିପୁଳ ପରିମାଣର ଦେଶିମଦ ଜବତ କରିବା ସହ କାର ଡ୍ରାଇଭରକୁ ଗିରଫ କରାଯାଇଛି।