ଓଡିଶା

odisha

ETV Bharat / state

ବିଦ୍ୟୁତ ଆଘାତରେ ଶ୍ରମିକ ଗୁରୁତର, 2 ଘଣ୍ଟା ଅଟକିଲା ଟ୍ରେନ

ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ରେଳ ଷ୍ଟେସନରେ କୋଇଲା ଗାଡି ଲାଗିବା ପରେ ଶ୍ରମିକମାନେ କୋଇଲା କାଢିବାକୁ ଯାଇଥିଲେ । ଏହି ସମୟରେ ବିଦ୍ୟୁତ ଆଘାତରେ ଜଣେ କୋଇଲା ଶ୍ରମିକ ଗୁରୁତର ହୋଇପଡିଛନ୍ତି । ଏହାର ପ୍ରତିବାଦରେ ଅନ୍ୟ ଶ୍ରମିକ ମାନେ ରେଳରୋକ କରି ଧାରଣାରେ ବସିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : May 28, 2019, 10:07 AM IST

ବାଲେଶ୍ବର: ବିଦ୍ୟୁତ ଆଘାତରେ ଜଣେ କୋଇଲା ଶ୍ରମିକ ଗୁରୁତର । ବାଲେଶ୍ବର ଜିଲ୍ଲା ଖନ୍ତାପଡା ରେଳ ଷ୍ଟେସନରେ ଘଟିଛି ଏହି ଅଘଟଣ । ଏନେଇ ସେଠାରେ ଥିବା ଅନ୍ୟ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ସେମାନେ ରେଳରୋକ କରିବା ସହ ଧାରଣାରେ ବସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ରେଳ ଷ୍ଟେସନରେ କୋଇଲା ଗାଡି ଲାଗିବା ପରେ ଷ୍ଟେସନ ମାଷ୍ଟର ବିଦ୍ୟୁତ କଟା ଯାଇଥିବା ଶ୍ରମିକମାନଙ୍କୁ ସୂଚନା ଦେଇଥିଲେ । ଶ୍ରମିକମାନେ କୋଇଲା ଅନଲୋଡିଙ୍ଗ ପାଇଁ ଟ୍ରେନ ଉପରକୁ ଉଠିଥିଲେ । ମାତ୍ର ଟ୍ରେନ ଉପରକୁ ଉଠିବା ପରେ ଶ୍ରମିକ ଉମେଶ ମଲ୍ଲିକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତଳକୁ ଖସି ପଡ଼ିଥିଲେ ।

ଗୁରୁତର ଭାବେ ଉମେଶଙ୍କୁ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଅନ୍ୟ ଶ୍ରମିକମାନେ ଦୀର୍ଘ 2ଘଣ୍ଟା ରେଳରୋକ କରିଥିଲେ । ପରେ ସଂପୃକ୍ତ ଠିକାଦାର ଗୁରୁତର ଶ୍ରମିକଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାର ପ୍ରତିଶୃତି ଦେବାପରେ ଶ୍ରମିକମାନେ ଧରଣାରୁ ଓହରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details