ଓଡିଶା

odisha

ETV Bharat / state

ଦାୟିତ୍ବ ଗ୍ରହଣ କଲେ ନୂଆ ଜିଲ୍ଲାପାଳ

କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ସୋମବାର ଦାୟିତ୍ବ ନେଇଛନ୍ତି ।

By

Published : Jul 16, 2019, 2:27 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ସୋମବାର ନୂତନ ଜିଲ୍ଲାପାଳ ଭାବେ ଜିଲ୍ଲାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି କେ. ସୁଦର୍ଶନ ଚକ୍ରବର୍ତ୍ତୀ । ପୂର୍ବରୁ ରମେଶ ଚନ୍ଦ୍ର ରାଉତ ଜିଲ୍ଲାପାଳ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ଗତ 22 ଜୁନରେ ତାଙ୍କର ବଦଳି ହୋଇଥିଲା ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ତେବେ ଜିଲ୍ଲାରେ 22 ଦିନ ଧରି ଜିଲ୍ଲାପାଳ ଭାବେ ଏଡିଏମ ସମ୍ବିତ ନାୟକ ଦାୟିତ୍ବ ଭାର ସମ୍ଭାଳିଥିବା ବେଳେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅପରାହ୍ନ 4 ଟା ବେଳେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟଳୟ ରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ପୂର୍ବରୁ କେ. ସୁଦର୍ଶନ ଚକ୍ରବର୍ତ୍ତୀ କୋରାପୁଟ ର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।

କାର୍ଯ୍ୟରେ ଯୋଗ ଦେବା ପରେ ଚକ୍ରବର୍ତ୍ତୀ ପ୍ରଥମେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାର ସାମ୍ବାଦିକ ମାନଙ୍କ ସହ ବିଭିନ୍ନ ସୁବିଧା ,ଅସୁବିଧା ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ ଇଟିଭି ଭାରତ

ABOUT THE AUTHOR

...view details