ଓଡିଶା

odisha

ETV Bharat / state

ସାବଧାନ ଶତ୍ରୁ, ଦୂରଗାମୀ କ୍ଷେପଣାସ୍ତ୍ର 'ନିର୍ଭୟ'ର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ଜବରଦସ୍ତ ସଫଳତା। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆରଡିଓ) ପ୍ରତିଷ୍ଠା କଲା ଆଉ ଏକ ମାଇଲଖୁଣ୍ଟ। ସୋମବାର ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ସବ୍-ସୋନିକ କ୍ରୁଜ ମିସାଇଲ୍ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି।

By

Published : Apr 15, 2019, 6:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ଜବରଦସ୍ତ ସଫଳତା । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆରଡିଓ) ପ୍ରତିଷ୍ଠା କଲା ଆଉ ଏକ ମାଇଲଖୁଣ୍ଟ । ସୋମବାର ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ସବ୍-ସୋନିକ କ୍ରୁଜ ମିସାଇଲ୍ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି ।

ବାଲେଶ୍ବର ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍) ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହି ଦୂରଗାମୀ କ୍ଷେପଣାସ୍ତ୍ର ବା ସବ୍‌-ସୋନିକ୍‌ କ୍ରୁଜ୍‌ ମିସାଇଲ୍‌କୁ 11.44 ସମୟରେ ସଫଳ ପରୀକ୍ଷଣ କରାଯାଇଛି । ଏହି ମିସାଇଲର ଷ୍ଟ୍ରାଇକ ରେଞ୍ଜ (ମାରକ କ୍ଷମତା) ୧ ହଜାର କିଲୋମିଟର ।


ଭାରତ ନିଜସ୍ବ ଜ୍ଞାନ କୌଶଳରେ ଏହି ସବସୋନିକ କ୍ରୁଜ ମିସାଇଲର ନିର୍ମାଣ କରିଛି । କ୍ଷେପଣାସ୍ତ୍ର ‘ନିର୍ଭୟ’ ଯେକୌଣସି ପାଣିପାଗ କିମ୍ବା ପରିସ୍ଥିତିରେ ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରି ଲକ୍ଷ୍ୟ ଭେଦ କରିପାରିବ। ପରୀକ୍ଷଣ ସମୟରେ ଏହି ମିସାଇଲ ଟାର୍ଗେଟକୁ 42 ମିନିଟ 23 ସେକେଣ୍ଡରେ ହିଟ୍ କରିଥିଲା।

ନିର୍ଭୟ ମିସାଇଲ୍‌ର ଚଉଡ଼ା ୦.୫୨ ମିଟର ହୋଇଥିବା ବେଳେ ଏହାର ଲମ୍ବ ୨.୭ ମିଟର ରହିଛି । ଏହାର ଓଜନ ୧୫୦୦ କିଲୋଗ୍ରାମ୍‌ ବୋଲି ଜଣାପଡ଼ିଛି । ଏହି ମିସାଇଲ୍‌ 0.7 ମ୍ୟାକ୍ ବେଗରେ ଗତି କରିବା ସହିତ ମାତ୍ର 100 ମିଟର ଉଚ୍ଚରେ ଉଡି ଲକ୍ଷ୍ୟଭେଦ କରିପାରିବ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ABOUT THE AUTHOR

...view details