ଓଡିଶା

odisha

ETV Bharat / state

ଫକୀର ମୋହନ ମେଡିକାଲ କଲେଜରେ ପୁଣି 100 ସିଟ

ଫକୀର ମୋହନ ମେଡିକାଲ କଲେଜକୁ ପୁଣି ୧୦୦ ସିଟ ପାଇଁ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ପକ୍ଷରୁ ଅନୁମତି ମିଳିଛି ।

By

Published : Jun 8, 2019, 11:09 PM IST

Updated : Jun 8, 2019, 11:35 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ଫକୀର ମୋହନ ମେଡିକାଲ କଲେଜକୁ ପୁଣି ୧୦୦ ସିଟ ପାଇଁ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ପକ୍ଷରୁ ଅନୁମତି ମିଳିଛି । ଏନେଇ ବାଲେଶ୍ୱରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ଥର ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ବାଲେଶ୍ୱର ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ବେଶ ଆଶାବାଦୀ ଥିବା ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର


ଜିଲ୍ଲାର ବିଭିନ୍ନ କଲେଜରୁ ନିଟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମେଡିକାଲ ପାଠ ପଢ଼ିବା ପାଇଁ ଆଗ୍ରହ ଦେଖିବାକୁ ମିଳିଛି । ଫକୀର ମୋହନ ଜୁନିୟର କଲେଜରେ ୧୦୦ ଛାତ୍ରଛାତ୍ରୀ ନିଟ ପରୀକ୍ଷାରେ ଭଲ ଫଳ ପାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଶିବମ ପାଢ଼ୀ ୫୪୭ ମାନ୍ୟତା ହାସଲ କରିଛନ୍ତି । ସେ ମେଡିକାଲ ପଢ଼ିବା ପାଇଁ ଇଚ୍ଛା ରଖିଛନ୍ତି ।

ପ୍ରଥମ ବେଚରେ ୧୦୦ ସିଟ ଥିବା ବେଳେ ଚଳିତ ଶିକ୍ଷାବର୍ଷରେ ଅଧିକ କିଛି ସିଟ ବଢ଼ିବ ବୋଲି ଆଶା କରାଯାଉଥିଲା । ତେବେ ଦ୍ବିତୀୟ ବର୍ଷ ପାଇଁ ସମାନ ସିଟ୍ ସୀମିତ ରହିବା ଯୋଗୁଁ ଅଭିଭାବକ ମହଲରେ ନୈରାଶ୍ୟ ପ୍ରକାଶ ପାଇଛି । ତେବେ ବାଲେଶ୍ୱରର ଛାତ୍ରଛାତ୍ରୀ ନିଜ ଘର ପାଖରେ ରହି ମେଡିକାଲ ପଢ଼ିବାର ମଉକା ହରାଇବାକୁ ଚାହୁଁ ନଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 8, 2019, 11:35 PM IST

ABOUT THE AUTHOR

...view details