ବାଲେଶ୍ବର: ଭୋଗରାଇ ବ୍ଲକ ଏନଏମ ପଡ଼ିଆ ଗ୍ରାମରେ ଭୋଗ ଖାଇ 15ରୁ ଅଧିକ ଅସୁସ୍ଥ ହୋଇଥିବା ଜଣାପଡିଛି । ଗ୍ରାମର ଶଙ୍କର ଦାସଙ୍କ ଘରେ ନାଗ ପଞ୍ଚମୀ ପୂଜା ଅନୁଷ୍ଠିତ ହୋଇଥିଲା । ସେଠାକୁ ଭୋଗ ଖାଇବାକୁ ଯାଇଥିବା 15 ଜଣରୁ ଅଧିକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଭୋଗରାଇରେ ନାଗପଞ୍ଚମୀ ଭୋଗ ଖାଇ 15 ଅସୁସ୍ଥ
ଭୋଗରାଇ ବ୍ଲକ ଏନଏମ ପଡ଼ିଆ ଗ୍ରାମରେ ଭୋଗ ଖାଇ 15ରୁ ଅଧିକ ଅସୁସ୍ଥ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
ଭୋଗରାଇରେ ନାଗପଞ୍ଚମୀ ଭୋଗ ଖାଇ 15 ଅସୁସ୍ଥ
ଅସୁସ୍ଥମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜଳେଶ୍ବରପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥ ମାନଙ୍କ ମଧ୍ୟରେ 11 ଜଣ ଛୋଟ ପିଲା ଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Jul 11, 2020, 11:01 PM IST