ଓଡିଶା

odisha

ETV Bharat / state

ବେଆଇନ ବାଲି ଖନନକୁ ବିରୋଧ, ସୋନ ନଦୀ କଡରେ 144ଧାରା ଜାରି - ବେଆଇନ ବାଲି ଖନନ

ରେମୁଣା ବ୍ଲକର ସୋନ ନଦୀ କଡରେ ବେଆଇନ ବାଲି ଖନନ ଅଭିଯୋଗ । ଏ ନେଇ ପ୍ରଶାସନ ପକ୍ଷରୁ ଶନିବାର ଏହି ଅଞ୍ଚଳରେ 144 ଧାରା ଜାରି କରାଯାଇଛି ।

ସୋନ ନଦୀ କଡରେ 144 ଧାରା ଲାଗୁ

By

Published : Nov 2, 2019, 6:36 PM IST


ବାଲେଶ୍ଵର: ଦିନକୁ ଦିନ ବଢୁଛି ରେମୁଣା ବ୍ଲକର ସୋନ ନଦୀ କଡରେ ବାଲି ମାଫିଆଙ୍କ ରାଜ । କମୁନି ବେଆଇନ ବାଲି ଚାଲାଣ । ପ୍ରତିଦିନ ବାଲି ଖନନ ଯୋଗୁଁ ନିକଟସ୍ଥ ଜଗନ୍ନାଥପୁର ଅଞ୍ଚଳରେ ଭୁସ୍ଖଳ ହେଉଥିବା ଅଭିଯୋଗ ହେଉଛି । ଏ ନେଇ ପ୍ରଶାସନ ପକ୍ଷରୁ ଶନିବାର ଏଠାରେ 144 ଧାରା ଜାରି କରାଯାଇଛି ।

ସୋନ ନଦୀ କଡରେ 144 ଧାରା ଲାଗୁ


ସୂଚନା ଅନୁସାରେ, ଭୁସ୍ଖଳ ଯୋଗୁଁ ଅଞ୍ଚଳବାସୀ ଏ ନେଇ ଜିଲ୍ଲାପାଳ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଲୋକଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ରେମୁଣା ତହସିଲଦାର ସଞ୍ଜୟ ରାଉତ, ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ନଦୀ କୁଳରେ ପହଞ୍ଚିଥିଲେ । ଏହା ପରେ ବାଲିଖାଦାନକୁ ଯିବା ରାସ୍ତାରେ ଜେସିବି ଦ୍ବାରା ଗାତ ଖୋଲିବା ସହ ନଈକୂଳିଆ ଅଞ୍ଚଳରେ 144 ଧାରା ଜାରି କରିଛନ୍ତି ।

ତେବେ ପୂର୍ବରୁ ମଧ୍ୟ 144 ଧାରା ଜାରି ହୋଇଥିଲେ ମଧ୍ୟ ବାଲି ମାଫିଆ ମାନେ ଖନନ ଜାରି ରହୁଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details