ଓଡିଶା

odisha

ETV Bharat / state

12 ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ, ଦୁଇ ଗିରଫ

ବାଲେଶ୍ବର ଚାନ୍ଦିପୁର ରେଞ୍ଜ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ କରାଯାଇଛି । ଏହି ଟ୍ରକରେ 35 କ୍ବିଣ୍ଟାଲ କେନ୍ଦୁପତ୍ର ଥିବା ବେଳେ 2 ଜଣଙ୍କୁ ଗିରଫ କରିଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Sep 18, 2020, 4:52 PM IST

12 ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ, ଦୁଇ ଗିରଫ
12 ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ, ଦୁଇ ଗିରଫ

ବାଲେଶ୍ବର: ଚାନ୍ଦିପୁର ରେଞ୍ଜ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ କରାଯାଇଛି । ଗୁରୁବାର ବିଳମ୍ବିତ ରାତିରେ ବନବିଭାଗ ପକ୍ଷରୁ ଫୁଲାଡି ପାଖରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ କରାଯାଇଛି ।

12 ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ, ଦୁଇ ଗିରଫ

ଯେଉଁଥିରେ 35 କ୍ୱିଣ୍ଟାଲ କେନ୍ଦୁପତ୍ର ରହିଛି । ଯାହାର ଆନୁମାନିକ ମୂଲ୍ୟ 12 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସମ୍ବଲପୁରରୁ ଟ୍ରକଟି କେନ୍ଦୁପତ୍ର ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ତେବେ ଉକ୍ତ ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲ୍ପରଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇଜଣଙ୍କ ଭିତରୁ ଜଣେ କୋରୋନା ପଜିଟିଭ ବୋଲି ଜଣାପଡ଼ିଛି । ସେପଟେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details