ବାଲେଶ୍ବର: ମର୍ତ୍ତ୍ୟ ମଣ୍ଡଳରୁ ଆଜି ବିଦାୟ ନେଉଛନ୍ତି ମା' ଦୁର୍ଗା । ଭକ୍ତ ମା' ଙ୍କୁ ପାଇ ବେଶ ଆନନ୍ଦିତ ହୋଇଥିବା ବେଳେ ମେଲାଣିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ଚଳିତବର୍ଷ ବାଲେଶ୍ଵର ସହରର 73ଟି ମଣ୍ଡପରେ ପୂଜା ପାଇଥିଲେ ମା' ଦୁର୍ଗା । ଗତକାଲି(ମଙ୍ଗଳବାର) ବିଜୟା ଦଶମୀରେ ବିଭିନ୍ନ ଆଖଡା ଦଳ ପକ୍ଷରୁ ବାଡ଼ି ଖେଳ ଅନୁଷ୍ଠିତ ହୋଇଥିଲା । ଆଜି(ବୁଧବାର) ସକାଳଠାରୁ ପୁଣି ଆସନ୍ତାକାଲି ପର୍ଯ୍ୟନ୍ତ ମା'ଙ୍କ ଭଷାଣ ଅନୁଷ୍ଠିତ ହେବ ।
ସହରର ନୁଣିଆ ଯୋଡି ଓ ବାଲିଘାଟରେ ମା'ଙ୍କ ବିସର୍ଜନ କାର୍ଯ୍ୟ ସମ୍ପାଦିତ ହେବ । ବାଲିଘାଟରେ ବିସର୍ଜନ ପାଇଁ ଏକ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି । ମଣ୍ଡପରୁ ମା'ଙ୍କୁ ନେଇ ଭକ୍ତମାନେ ବିସର୍ଜନ ପାଇଁ ବାହାରି ସାରିଛନ୍ତି । ପ୍ରବଳ ଜନସମାଗମକୁ ଆଖିରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ତେବେ ସହରରେ ଡିଜେର ସାଉଣ୍ଡ ମାତ୍ରାଧିକ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ହୋଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ