ଓଡିଶା

odisha

ETV Bharat / state

ବାଲେଶ୍ବରରେ କ୍ଷୟକ୍ଷତି ଆକଳନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ - Health Minister

ବାତ୍ୟା ୟସ ପ୍ରଭାବରେ ବାଲେଶ୍ବର ଜିଲ୍ଲା ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଅଧିକ ପଢନ୍ତୁ...

ବାଲେଶ୍ବରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ
ବାଲେଶ୍ବରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

By

Published : May 28, 2021, 1:49 PM IST

ବାଲେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ । ବାତ୍ୟା ୟସ ପ୍ରଭାବରେ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଓ ପବନ ଯୋଗୁଁ ଅନେକ ସ୍ଥାନରେ ଲୋକ ବାସହରା ହୋଇଛନ୍ତି । ବତ୍ୟା ପ୍ରଭାବରେ ଜିଲ୍ଲାରେ ପ୍ରଭାବିତ ହୋଇଥିବା ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସମୀକ୍ଷା ପାଇଁ ଆଜି(ଶୁକ୍ରବାର) ବାଲେଶ୍ବର ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ବାଲେଶ୍ବରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ରିଲିଫ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବାତ୍ୟାରେ କ୍ଷତି ସହିଥିବା ସମସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ । ସହାୟତା ପାଇଁ ସମସ୍ତ ଖସଡା ପ୍ରସ୍ତୁତ ସରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଏହା ସହିତ ଲୋକଙ୍କ ସ୍ବାସ୍ଥ୍ୟ ଦିଗରେ ଯତ୍ନବାନ ହେବାରୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସେହିପରି ଲୋକଙ୍କ ଘର ଭାଙ୍ଗିଥିବା ଅଞ୍ଚଳ ପରିଦର୍ଶନ କରି ପୀଡିତଙ୍କୁ ପଲିଥିନ ବଣ୍ଟନ କରିଛନ୍ତି । ବାତ୍ୟା ସାଙ୍ଗକୁ କୋଭିଡ ସଂକ୍ରମଣ ରୋକିବା ଉପରେ ଧ୍ୟାନ ଦିଆଯାଇଛି। ଅନ୍ୟପଟେ କୋଭିଡ ଟୀକା ପାଇଁ ଗ୍ଲୋବାଲ ଟେଣ୍ଡର ଡ଼କାଯାଇଛି। ଯେଉଁଠି ସୁବିଧା ହୋଇ ପାରିବ ତାହାକୁ ଟେଣ୍ଡର ପ୍ରଦାନ କରାଯାଇ ସାଧାରଣ ଲୋକଙ୍କ ପାଇଁ ଟିକା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details