ଓଡିଶା

odisha

ହାତୀ ଘଉଡାଇବାକୁ ଯାଇଥିଲେ, ବନକର୍ମଚାରୀଙ୍କୁ ଆକ୍ରମଣ କଲା ଦନ୍ତା

By

Published : Oct 13, 2022, 1:23 PM IST

Updated : Oct 13, 2022, 1:33 PM IST

ବାଲେଶ୍ୱର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ ଗୁଡ଼ିଖୋଳା ଖୁମଖୁଟ ଅଞ୍ଚଳରେ ହାତୀ ଘଉଡାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ବନବିଭାଗ କର୍ମଚାରୀ । ଅଧିକ ପଢନ୍ତୁ

ହାତୀ ଘଉଡାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ବନକର୍ମଚାରୀ
ହାତୀ ଘଉଡାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ବନକର୍ମଚାରୀ

ବାଲେଶ୍ବର:ହାତୀ ଘଉଡାଇବାକୁ ଯାଇ ହାତୀ ଆକ୍ରମଣରେ ଶିକାର ହେଲେ ବନବିଭାଗ କର୍ମଚାରୀ । ଏଭଳି ଘଟଣା ଘଟିଛି ବାଲେଶ୍ବର ଦିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ବର ଫରେଷ୍ଟ ବିଟ ଅଧୀନ ଗୁଡିଘୋଳ ଖୁମଖୁଟ ଅଞ୍ଚଳରେ । କିନ୍ତୁ ବନ ବିଭାଗ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସାମାନ୍ୟ ଆହତ ହୋଇଥିବା ନେଇ ଜଣାପଡିଛି ।

ହାତୀ ଘଉଡାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ବନକର୍ମଚାରୀ

ମିଳିଥିବା ସୂଚନା ଅନୁଯାୟୀ, ଖୁମକୁଟ ଅଞ୍ଚଳରେ ଦନ୍ତାହାତୀ ଉପଦ୍ରବ କରୁଥିବା ନେଇ ବନବିଭାଗ ପାଖରେ ଖବର ପହଞ୍ଚିଥିଲା । ଏନେଇ ହାତୀକୁ ଘଉଡାଇବା ନେଇ ବନବିଭାଗର 6 ଜଣ କର୍ମଚାରୀ ଉକ୍ତ ଅଞ୍ଚଳକୁ ଯାଇଥିଲେ । ସେଠାରେ ପ୍ରାୟ 1ଘଣ୍ଚା ଧରି ହାତୀ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀମାନେ ପ୍ରୟାସ କରିଥିଲେ । ମାତ୍ର ଦନ୍ତା ହାତୀ ହିଂସ୍ର ପାଲଟି ଯାଇ ବନକର୍ମଚାରୀଙ୍କ ଉପରେ ପାଲଟା ଆକ୍ରମଣ କରିଥିଲା । ଏଥିସହ ବନ କର୍ମଚାରୀମାନେ ବସିଥିବା ଗାଡିକୁ ଠେଲି ଠେଲି ନାଳରେ ପକାଇ ଦେଇଥିଲେ । ଏନେଇ ଗାଡିରେ ବସିଥିବା କର୍ମଚାରୀମାନେ ଏଥିରେ ଆହତ ହୋଇଥିବା ନେଇ ଜଣାପଡିଛି ।

ତେବେ ଅନ୍ୟପଟେ ଗାଡି ଚାଳକ ବାରମ୍ବାର ବାରମ୍ବାର ହର୍ଣ୍ଣ ବଜାଇଥିବାରୁ ହାତୀଟି ସେଠାରୁ ପଳାଇଥିଲା । ଏହା ପରେ କର୍ମଚାରୀମାନେ ଗାଡିର ବାହାରକୁ ଆସିଥିଲେ । ଏନେଇ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିଲେ ବନପାଳ ଭାଗ୍ୟଶ୍ରୀ ଦ୍ବିବେଦୀ, ବନରଖି ଶଶିକଳା ସାହୁ ଓ ଅନ୍ୟ 4 ଜଣ ସବୁଜବାହିନୀ । ଘଟଣା ବିଷୟରେ ଖବର ପାଇ ରେଞ୍ଜର ଅନନ୍ତ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଆହତ କର୍ମଚାରୀଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରାଇଥିବା ନେଇ ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଢେଙ୍କାନାଳ ଜିଲ୍ଲା ରାସୋଳ ମୁଣ୍ଡିଆ ସାହିରେ ହାତୀ ଆକ୍ରମଣରେ ଚାଷୀ ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ମୁଣ୍ଡିଆ ସାହିର ପଞ୍ଚାନନ ବେହେରା । ସୂଚନାନୁସାରେ ପଞ୍ଚାନନ ରାସୋଳ ନିକଟସ୍ଥ ବିଲବେହାଳ ଅଞ୍ଚଳର ବିଲକୁ ଯାଇଥିଲେ । ସେଠାରେ ହଠାତ ଏକ ହାତୀଲକୁ ଦେଖି ଭୟଭୀତ ହୋଇଯାଇଥିଲେ ପଞ୍ଚାନନ । ଏହାପରେ ଜୀବନ ବଞ୍ଚାଇବା ପାଇଁ ଚେଷ୍ଚା କରିଥିଲେ । ତେବେ ହାତୀପଲଙ୍କ ଭିତରୁ ଏକ ଦନ୍ତାହାତୀ ଆସି ପଞ୍ଚାନନଙ୍କୁ କଚାଡ଼ି ମାରିଥିଲା । ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ପଞ୍ଚାନନ । ଖବରପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ପଞ୍ଚାନନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ପଞ୍ଚାନନଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

Last Updated : Oct 13, 2022, 1:33 PM IST

ABOUT THE AUTHOR

...view details