ବାଲେଶ୍ବର: ଓଡିଶା ଯୁବକ ଦ୍ବାରା ଅପହରଣର ଶୀକାର ହୋଇଛି 15 ବର୍ଷୀୟା କର୍ଣ୍ଣାଟକ ନାବାଳିକା । ଯାହାକୁ ଖୋଜିବା ପାଇଁ ଓଡିଶାରେ ଆସି ପହଞ୍ଚିଛନ୍ତି କର୍ଣ୍ଣାଟକ ପୋଲିସ । ହେଲେ ଅପହରଣକାରୀକୁ ଧରିବାକୁ ଆସିଥିବା କର୍ଣ୍ଣାଟକ ପୋଲିସ ଓଡ଼ିଶା ଲୋକଙ୍କ ଦ୍ୱାରା ହଟହଟାର ଶୀକାର ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଗତ ୬ ତାରିଖରେ କର୍ଣ୍ଣାଟକ ରାଜ୍ୟର କେ.ଜି ହିଲ୍ଲୀ ଥାନା ଅଧିନ ଏକ ଅଞ୍ଚଳରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଛି । ଏହି ନାବାଳିକା ଜଣକୁ କର୍ଣ୍ଣାଟକରେ ରୋଷେଇ କାମ କରୁଥିବା ଓଡ଼ିଶାର ଜଣେ ଯୁବକ ଅପହରଣ କରି ଓଡ଼ିଶାକୁ ନେଇ ଆସିଥିବା ଅଭିଯୋଗ ହୋଇଛି। ଏନେଇ କର୍ଣ୍ଣାଟକର କେ.ଜି ହିଲ୍ଲୀ ଥାନାରେ ନାବାଳିକାର ପରିବାର ପକ୍ଷରୁ ଗତ ୮ ତାରିଖରେ ଲିଖିତ ଅଭିଯୋଗ ହୋଇ ଥାନାରେ ୧୭୪/୨୦୧୯ ରେ ଏକ ମାମଲା ରୁଜୁ ହୋଇଥିଲା ।
ପରେ ନିଖୋଜ ନାବାଳିକା ଏବଂ ଅପହରଣକାରୀଙ୍କୁ ଖୋଜିବା ପାଇଁ କର୍ଣ୍ଣାଟକ ପୋଲିସ ତତ୍ପରତା ପ୍ରକାଶ କରିଥିଲେ । ଏହାସହ ମୋବାଇଲ ଲୋକେସନ ଜରିଆରେ ଓଡିଶାର ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଗୋପାଳପୁର ଫାଣ୍ଡିରେ ସନ୍ଧ୍ୟା ୬ ଟା ସମୟରେ ପହଁଞ୍ଚିଥିଲା।