ଓଡିଶା

odisha

ETV Bharat / state

ନିର୍ବାଚନକୁ ନେଇ ଜୋସରେ ବିଜେପି, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଆକ୍ରମଣ

ବାଲେଶ୍ୱର: ପାଖେଇ ଆସୁଛି 2019 ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଆଉ ନିର୍ବାଚନୀ ରେସରେ ସାମିଲ ହୋଇ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ପ୍ରତିଶୃତି ଦେବା ଆରମ୍ଭ କରିଦେଲେଣି ।

By

Published : Feb 16, 2019, 4:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ୱର

ଏହି ରେସରୁ ବାଦ ପଡିନାହିଁ ବିଜେପି ଆଉ ଆଗାମୀ ନିର୍ବାଚନ ପାଇଁ ଦଳ ପାଖରେ ରହିଛି ଫୁଲ ଜୋସ । କେବଳ ସେତିକି ନୁହେଁ ପୁରୁଣା ଫର୍ମରେ ବିଜେଡି ସରକାରଙ୍କ ଉପରେ ଦଳ ବର୍ଷିବା ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ସରକାରଙ୍କୁ ଆକ୍ରମଣ କରିଚାଲିଛି । ସେଥିମଧ୍ୟରୁ ବେରୋଜଗାରଙ୍କୁ ରୋଜଗାର, ଭୂମିହୀନଙ୍କୁ ଜମି ପଟ୍ଟା ଓ ବାସହୀନଙ୍କୁ ଗୃହ ପ୍ରଦାନ କରିବାର ପ୍ରତିଶୃତି ଦେଇଛି।

ରାଜ୍ୟ ସରକାର 18 ବର୍ଷ ଭିତରେ ବେକାର ଯୁବକ ଯୁବତୀଙ୍କୁ କେବଳ ଠକି ଆସିଛନ୍ତି । ହେଲେ ଆଗାମୀ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ କର୍ମନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ବୋଲି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେପି । ଦଳର କହିବା ଅନୁସାରେ, ବାଂଲାଦେଶୀ ଅନୁପ୍ରବେଶକାରୀ ରାଜ୍ୟର ଅନେକ ଅଞ୍ଚଳ ଜବର ଦଖଲ କରି ରହିଛନ୍ତି । ଯାହା ସାଧାରଣ ଲୋକଙ୍କ ଉପଯୋଗୀ ହୋଇ ପାରୁନାହିଁ । ଏହାସହ ନିୟୋଜନ କାର୍ଯ୍ୟାଳୟରେ ବହୁ ଯୋଗ୍ୟ ପିଲା ଆବେଦନ କରୁଥିଲେ ମଧ୍ୟ ସରକାର ସେମାନଙ୍କ ନିଯୁକ୍ତି ବାବଦରେ ଚିନ୍ତା କରୁନଥିବା ବିଜେପି ଅଭିଯୋଗ ଆଣିଛି।

ଦଳ ପକ୍ଷରୁ ବାଲେଶ୍ୱରରେ ଆୟୋଜିତ ହୋଇଥିବା ସମ୍ବାଦିକ ସମ୍ମିଳନୀରେ ରେମୁଣା ଜମି ଅଧିଗ୍ରହଣ ଓ ଚାଷୀଙ୍କୁ କ୍ଷତିପୂରଣ ନ ମିଳିବା କଥା ମଧ୍ୟ ଉଠିଥିଲା । ବାଲେଶ୍ୱରର ବିକାଶ ପାଇଁ ବିଜେପି ସବୁବେଳେ ଚେଷ୍ଟିତ। ଏବେ ସୁଦ୍ଧା ରାଜ୍ୟସରକାର ସୁବର୍ଣ୍ଣରେଖା ବନ୍ଦରରେ ନିଯୁକ୍ତି କଥା କହି କେବଳ ପ୍ରହସନ କରିଥିବା ବିଜେପି ଅଭିଯୋଗ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ, ଲେଖାଶ୍ରୀ ସାମନ୍ତସିଂହାର, ଲୋକସଭା ସହ ପ୍ରଭାରୀ ଅଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details