ଓଡିଶା

odisha

ETV Bharat / state

ଫକୀରମୋହନ ବିଶ୍ଵବିଦ୍ୟାଳୟ: ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ - କୁଳପତି ପ୍ରଫେସର ଡ ମଧୁମିତା ଦାସ

ଫକୀରମୋହନ ବିଶ୍ବବିଦ୍ୟାଳୟରେ ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ ବିଭିନ୍ନ ଆସୁବିଧା ନେଇ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୁଳପତି ପ୍ରଫେସର ଡ ମଧୁମିତା ଦାସ ହସ୍ତକ୍ଷେପ କଲାପରେ ବିକ୍ଷୋଭରୁ ଓହରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

By

Published : Nov 2, 2019, 3:28 PM IST

ବାଲେଶ୍ଵର: ଫକୀରମୋହନ ବିଶ୍ଵବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାଁନ୍ତି । ଉଚ୍ଚ ଶିକ୍ଷା ପରେ ଏମିତି ହଟହଟା ପାଇଁ ଛାତ୍ରଛାତ୍ରୀ ମାନସିକ ଅଶାନ୍ତିରେ ରହୁଛନ୍ତି ।

ଫକୀରମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୌଣସି ପିଲା କିମ୍ବା ଅଧ୍ୟାପକଙ୍କୁ ଭିତରକୁ ଛାଡି ନଥିଲେ । ଛାତ୍ର ଛାତ୍ରୀଙ୍କ ଅସୁବିଧା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ବିଭାଗୀୟ ମନ୍ତ୍ରୀ, ସଚିବଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ହୋଇନଥିବା ଅଭିଯୋଗ ହୋଇଛି । ଏହାସହ ଫର୍ମ ପୂରଣରେ ବର୍ଦ୍ଧିତ ଫି, ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କରାଇବା ଭଳି ମଧ୍ୟ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ଏହି ଘଟଣାରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ ମଧୁମିତା ଦାସ ହସ୍ତକ୍ଷେପ କରି ଆଗାମି 4 ତାରିଖରେ ସରକାରୀ ସ୍ତରରେ ଭେଟି ସମସ୍ୟା ସମ୍ପର୍କରେ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ବିକ୍ଷୋଭରୁ ଓହରିଥିଲେ । ଅନ୍ୟପଟେ 5ତାରିଖ ଦାବି ସମୂହକୁ ନେଇ ଛାତ୍ରଛାତ୍ରୀ ଏକ ପଦଯାତ୍ରା କରି ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details