ଓଡିଶା

odisha

ETV Bharat / state

ବଧୂହତ୍ୟା ମାମଲାରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ - ବଧୂହତ୍ୟା ମାମଲା

ଏକ ବଧୂହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଏଡିଜେ ୨ ଜଜ ସୁବାଷ କୁମାର ବିହାରୀ ଗୋଟିଏ ପରିବାରର ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହାସହ ଏକ ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ବଧୂହତ୍ୟା ମାମଲାରେ ୫ଜଣଙ୍କୁ ଆଜୀବନ କାରାଦଣ୍ଡ
ବଧୂହତ୍ୟା ମାମଲାରେ ୫ଜଣଙ୍କୁ ଆଜୀବନ କାରାଦଣ୍ଡ

By

Published : Feb 25, 2021, 5:18 PM IST

ବାଲେଶ୍ବର: ବଧୂହତ୍ୟା ମାମଲାରେ ୫ଜଣଙ୍କୁ ଆଜୀବନ କାରାଦଣ୍ଡ । ଏକ ବଧୂହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଏଡିଜେ୨ ଜଜ ସୁବାଷ କୁମାର ବିହାରୀ ଗୋଟିଏ ପରିବାରର ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏହାସହ ଏକ ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସିଂଲା ଥାନା ପଥଦୁର୍ଗା ଅଞ୍ଚଳର ଦେବେନ୍ଦ୍ର କୁମାର ଜେନା, ଚିତ୍ତରଞ୍ଜନ ଜେନା, ସୁବଳ ଜେନା, ସଂଧ୍ୟାରାଣୀ ଜେନା ଓ ସୌମ୍ୟା ଜେନାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ଵର ଅତିରିକ୍ତି ଜିଲ୍ଲା ଓ ଦୌରାଜଜ୍ ।

ଅଭିଯୋଗକାରୀ ରତ୍ନାକର କୁହ୍ଲାରିଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ମନ୍ଦାକିନୀଙ୍କ ଵାହାଘର 2014 ମସିହା ଅପ୍ରେଲ 19ରେ ହୋଇଥିଲା। ମାତ୍ର ଦୁଇମାସ ପରେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରିବା ସହ ଏକ ବାଇକ ଦାବି କରିଥିଲେ । ଶାଶୁଘର ଲୋକଙ୍କ ଦାବି ପୂରଣ ନହେବାରୁ 2014 ମସିହା ଜୁନ 22ରେ ମନ୍ଦାକିନୀଙ୍କୁ ପୋଡି ମାରି ଦେଇଥିଲେ । ଏନେଇ ସିଂଲା ଥାନାରେ 169 ମୂଳେ ମାମଲା ରୁଜୁ ହୋଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details