ଓଡିଶା

odisha

ନର୍ସିଂରୁ ଅଢେଇ ଏକର ଜମିରେ ମାଛ ଓ କୁକୁଡା ଚାଷ, ଯୁବକଙ୍କ ପାଇଁ ପ୍ରେରଣା ‘ରାଜୁ’

By

Published : Sep 15, 2020, 10:44 PM IST

ଆଜିର ଦିନରେ ବେରୋଜଗାରୀ ଏକ ବିରାଟ ସମସ୍ୟା ହୋଇ ଦେଶରେ ଛିଡା ହୋଇଛି । ହେଲେ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ସମସ୍ତ ପ୍ରତିକୂଳ ପରିବେଶ ସହ ସାମ୍ନା କରି ଆଗକୁ ବଢନ୍ତି ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜନ୍ତି । ଅଧିକ ପଢନ୍ତୁ...

ନର୍ସିଂରୁ ଅଢେଇ ଏକର ଜମିରେ ମାଛ ଓ କୁକୁଡ଼ା ଚାଷ
ନର୍ସିଂରୁ ଅଢେଇ ଏକର ଜମିରେ ମାଛ ଓ କୁକୁଡ଼ା ଚାଷ

ବାଲେଶ୍ଵର: ଆଜିର ଦିନରେ ବେରୋଜଗାରୀ ଏକ ବିରାଟ ସମସ୍ୟା ହୋଇ ଦେଶରେ ଛିଡା ହୋଇଛି। ହେଲେ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ସମସ୍ତ ପ୍ରତିକୂଳ ପରିବେଶ ସହ ସାମ୍ନା କରି ଆଗକୁ ବଢନ୍ତି ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜନ୍ତି । ନା ସେମାନେ ସରକାରଙ୍କୁ ଅପେକ୍ଷା କରନ୍ତି ନା ଅନ୍ୟ କାହା ପାଖରେ ଚାକିରି କରିବାକୁ ପସନ୍ଦ କରନ୍ତି । ବରଂ ନିଜେ ବାଛି ନିଅନ୍ତି ନିଜ ରାସ୍ତା । ଆମେ କହୁଛୁ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ କଥା ଯିଏ କେବଳ ସରକାରଙ୍କୁ ଦୋଷ ଦେଇ ବେରୋଜଗାର ହୋଇ ବସିନାହଁନ୍ତି ବରଂ ନିଜେ ରୋଜଗାରକ୍ଷମ ହେବାସହ ଅନ୍ୟମାନଙ୍କୁ ମଧ୍ୟ ଦେଇଛନ୍ତି ରୋଜଗାରର ମାଧ୍ୟମ।

ନର୍ସିଂରୁ ଅଢେଇ ଏକର ଜମିରେ ମାଛ ଓ କୁକୁଡ଼ା ଚାଷ

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଜଗନ୍ନାଥପୁର ଅଞ୍ଚଳର ଶେଖ ରାଜୁ ପେସାରେ ଜଣେ ଗ୍ୟାରେଜ ମିସ୍ତ୍ରୀ ଥିଲେ। ହେଲେ ତାଙ୍କର ଥିଲା ଅନ୍ୟ କିଛି ରୁଚି, କାହାରି ପାଖରେ ବନ୍ଧା ହୋଇ ପଡ଼ିବେ ନାହିଁ ବୋଲି ସ୍ଥିର କରି ରାଜୁ ପ୍ରଥମେ ଚାରା ନର୍ସିଂ ଆରମ୍ଭ କରିଥିଲେ। ସେଥିରୁ ଭଲ ଦି ପଇସା ରୋଜଗାର ପରେ ସେ ଆରମ୍ଭ କରିଥିଲେ କୁକୁଡ଼ା ଫାର୍ମ ଓ ପୋଖରୀରେ ମାଛ ଚାଷ। ଏବେ ରାଜୁ ଦୁଇବର୍ଷ ଧରି ବାଓଫ୍ଲକ ପ୍ରଣାଳୀରେ ମାଛ ଚାଷ କରି ଭଲ ରୋଜଗାର କରୁଛନ୍ତି। ମାସକୁ ସବୁ ଖର୍ଚ୍ଚ ପରେ ରାଜୁ 50ରୁ 60 ହଜାର ଟଙ୍କା ରୋଜଗାର କରିପାରୁଛନ୍ତି।

ରାଜୁ କେବଳ ନିଜେ ରୋଜଗାର କ୍ଷମ ହୋଇନାହାନ୍ତି ବରଂ ନିଜ ଅଞ୍ଚଳର ଅନେକ ଲୋକଙ୍କ ଦେଇଛନ୍ତି ରୋଜଗାର। ନର୍ସିଂରୁ ଆରମ୍ଭ କରିଥିବା ରାଜୁ ଏବେ ଅଢେଇ ଏକର ଜାଗାରେ ମାଛ କୁକୁଡ଼ା ଚାଷ କରୁଛନ୍ତି। ସେ ପୁଣି ଜୈବିକ ଉପାୟରେ ରାଜୁ ନିଜର ଚାଷକୁ ଆଗକୁ ନେଇଛନ୍ତି । ବର୍ତ୍ତମାନ ରାଜୁ ବାଓଫ୍ଲକ ମାଛ ଚାଷ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ନିଜେ ଏହି ଚାଷ କରିବା ସହ ଜିଲ୍ଲା ତଥା ବାହାର ଜିଲ୍ଲାର ଲୋକମାନଙ୍କୁ ଏହି ଚାଷର ପ୍ରଣାଳୀ ଶିଖାଇ ରାଜୁ ସେମାନଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି।

ବେରୋଜଗାରୀ ସମ୍ପର୍କରେ ରାଜୁ କହିଛନ୍ତି, ଯେକେହି ନିଜେ ମଧ୍ୟ ବିଭିନ୍ନ ପ୍ରକାର ଚାଷ କରି ସ୍ୱାବଲମ୍ବୀ ହୋଇପାରିବେ । ଆଜିର ଯୁବଗୋଷ୍ଠୀ ଯେମିତି ହତୋତ୍ସାହିତ ହୋଇଯାଉଛନ୍ତି ସେମାନଙ୍କ ପାଇଁ ରାଜୁ ନିଶ୍ଚୟ ପ୍ରେରଣା ସାଜିବେ।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details