ଓଡିଶା

odisha

ETV Bharat / state

ରଜ ସଜବାଜ, ଏବେଠୁ ଜମିଲାଣି ପାନ ବଜାର

ଦିନ କେଇଟା ପରେ ଓଡିଶାର ପ୍ରମୁଖ ପର୍ବ ରଜ । ଏନେଇ ଏବେଠୁ ସଜବାଜ ହେଲାଣି ରଜ ବଜାର । ରଜରେ ପାନ ନଥିଲେ ତାର ମଜ୍ଜା ହିଁ କିଛି ନଥାଏ । ଏଥିପାଇଁ ଏବେଠୁ ପ୍ରସ୍ତୁତ ଧାନ, ପାନ, ମୀନର ସହର ବାଲେଶ୍ବର । କାରଣ ପାନ ପାଇଁ ବାଲେଶ୍ବର ଏସ ସ୍ବତନ୍ତ୍ର ସ୍ଥାନ ରହିଛି ।

By

Published : Jun 11, 2019, 3:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ବର: ଦିନ କେଇଟା ପରେ ଓଡିଶାର ପ୍ରମୁଖ ପର୍ବ ରଜ । ଏନେଇ ଏବେଠୁ ସଜବାଜ ହେଲାଣି ରଜ ବଜାର । ତେବେ ଓଡିଆଙ୍କ ଏହି ପ୍ରମୁଖ ପର୍ବରେ ୩ ଦିନ ପିଠାପଣା ସାଙ୍ଗକୁ ପାନ ଖାଇବାର ଏକ ନିଆରା ମଜା ନିଅନ୍ତି ଲୋକ । ତେବେ ବାଲେଶ୍ବର ଜିଲ୍ଲା ଧାନ, ପାନ, ମୀନର ଜିଲ୍ଲା ହୋଇଥିବା ବେଳେ ପାନ ଖାଇବା ଏଠାକାର ଏକ ନିଆରା ଅନୁଭୁତି । ରଜରେ ଏଠାକାର ଲୋକଙ୍କୁ ବିଭିନ୍ନ ପ୍ରକାରର ପାନ ଖୁଆଇବା ପାଇଁ ଦୋକାନୀମାନେ ଆରମ୍ଭ କରିସାରିଲେଣି ସମସ୍ତ ପ୍ରସ୍ତୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର


ତେବେ ବାଲେଶ୍ବରରେ ରଜ 3 ଦିନରେ ପାନ କଥା କହିଲେ ପ୍ରଥମେ ଫାଣ୍ଡିଛକରେ ଥିବା ରଞ୍ଜନ ଦାଶଙ୍କ ପାନ ଦୋକାନ କଥା ମନ ଭିତରକୁ ଆସେ । ରଞ୍ଜନ ଜଣେ ଓଡ଼ିଆ ବିଭାଗରେ ସ୍ନାତକୋତ୍ତର ଛାତ୍ର ହୋଇଥିଲେ ମଧ୍ୟ ପାନ ଦୋକାନ କରି ଲୋକଙ୍କୁ ଆକୃଷ୍ଟ କରିବାର କଳା ରଖିଛନ୍ତି । କାରଣ ବାଲେଶ୍ବର ସହରର ଅନ୍ୟ ପାନ ଦୋକାନରେ ବିଶେଷ ଭାବେ ୧୦ରୁ ୨୦ ଟଙ୍କା ଭିତରେ ପାନ ଦେଖିବାକୁ ମିଳେ । ହେଲେ ରଞ୍ଜନଙ୍କ ପାନ ଦୋକାନରେ ସାଦା ପାନର ମୂଲ୍ୟ ୧୦ ଟଙ୍କା ଭିତରେ ରହିଥିବା ବେଳେ ପାନର ସ୍ବାଦ ଅନୁଯାୟୀ ଏହା ୨୦୦ଟଙ୍କା ଯାଏ ମଧ୍ୟ ବୃଦ୍ଧି ପାଇଥାଏ ।


ପ୍ରତି ବର୍ଷ ରଜରେ ରଞ୍ଜନ ଲୋକଙ୍କୁ କିଛି ନା କିଛି ନୂଆ ଫ୍ଲେଭରର ପାନ ପରିବେଶଣ କରିଥାନ୍ତି । ରଜରେ ବିଶେଷ କରି ରଞ୍ଜନଙ୍କ ପାନ ଦୋକାନରେ ମିଠା ପାନ, ବନାରସି ପାନ, ସାଚି ପାନ, କାଳୀ ବଙ୍ଗଳା ପାନ, ବାଲି ପାନର ମୂଲ୍ୟ ୧୦ରୁ ୨୦ ଟଙ୍କା ରହିଛି । ଏହାସହ ମେଙ୍ଗୋ ଫ୍ଲେଭର ପାନର ମୂଲ୍ୟ ୩୦ଟଙ୍କା ଥିବାବେଳେ ଚକୋଲେଟ ଫ୍ଲେଭରର ଦାମ ୧୦ଟଙ୍କା, ଅରେଞ୍ଜ ଫ୍ଲେଭରର ଦାମ ୫୦ ଟଙ୍କା, କେଶର ଫ୍ଲେଭରର ଦାମ ୧୦୦ ଟଙ୍କା, ସାଫ୍ରାନ ଫ୍ଲେଭରର ଦାମ ୧୫୦ ଟଙ୍କା ଓ କସ୍ତୁରୀ, କର୍ପୁର ଫ୍ଲେଭର ପାନର ଦାମ ୨ଶହ ଟଙ୍କା ରହିଛି ।

ଏହି ସବୁ ପାନ ତିଆରି ପାଇଁ କଲିକତା କିମ୍ବା ବମ୍ବେରୁ ମସଲା କିଣାଯାଇଥାଏ ବୋଲି ରଞ୍ଜନ କହିଛନ୍ତି । ତେବେ ମହାନ ଉତ୍କଳୀୟ ସଂସ୍କୃତି ରଜ ତଥା ପାନ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ରଞ୍ଜନ ଗତ ୪ ବର୍ଷ ଧରି ଏମିତି ଏକ ପ୍ରୟାସ ଆରମ୍ଭ ତକରିଥିବା ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details