ଓଡିଶା

odisha

ETV Bharat / state

ବାଲେଶ୍ୱରରେ ଆଖି ବୁଜିଲା ମାଈ ହାତୀ, ବନ ବିଭାଗର ତଦନ୍ତ ଆରମ୍ଭ

ବାଲେଶ୍ବର ଜିଲ୍ଲା କଦମଶୋଳ ଠାରେ ଗୋଟିଏ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

By

Published : Dec 10, 2022, 1:49 PM IST

Updated : Dec 10, 2022, 4:01 PM IST

ବାଲେଶ୍ବରରେ ଆଖି ବୁଜିଲା ମାଈ ହାତୀ, ବନ ବିଭାଗର ତଦନ୍ତ ଆରମ୍ଭ
ବାଲେଶ୍ବରରେ ଆଖି ବୁଜିଲା ମାଈ ହାତୀ, ବନ ବିଭାଗର ତଦନ୍ତ ଆରମ୍ଭ

ବାଲେଶ୍ବରରେ ଆଖି ବୁଜିଲା ମାଈ ହାତୀ, ବନ ବିଭାଗର ତଦନ୍ତ ଆରମ୍ଭ

ବାଲେଶ୍ବର:ରାଜ୍ୟରେ ପୁଣି ଆଖି ବୁଜିଲା ହାତୀ । ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ବର ଫରେଷ୍ଟ ବିଟ ଅଧିନ ସିଆଡିମାଳ ନିକଟ କଦମଶୋଳ ଠାରେ ଏକ ବୃଦ୍ଧ ମାଈ ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି (Female elephant found dead) । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିଛି । ତେବେ ହାତୀର ମୃତ୍ୟୁ ପ୍ରାକୃତିକ ଭାବେ ହୋଇଥିବା ବନ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସୂଚନା ଅନୁଯାୟୀ, ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଡିଏଫଓଙ୍କ ସମେତ ରେଞ୍ଜର, ପ୍ରାଣୀଧନ ଚିକିତ୍ସା ବିଶେଷଜ୍ଞମାନେ ସେଠାରେ ଉପସ୍ଥିତ ଅଛନ୍ତି । ହାତୀର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ ଏହାକୁ ମିଶାଇ ଚଳିତ ବର୍ଷ କୁଲଡିହା ଜଙ୍ଗଲରେ ପ୍ରାୟ ୫ଟି ହାତୀଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହେଲାଣି । ଯାହାଫଳରେ ଜଙ୍ଗଲରେ ହାତୀଙ୍କ ସଂଖ୍ୟା କମିଥିବା ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Dec 10, 2022, 4:01 PM IST

ABOUT THE AUTHOR

...view details