ବାଲେଶ୍ବର:ବିଧାତାର ଖେଳ ସତରେ ବିଚିତ୍ର । ଯେଉଁ ବୟସରେ ବାପା ମା’ କୋଳରେ ପିଲାମାନେ ହସଖୁସିରେ ଦିନ ବିତାଇବା କଥା ଆଜି ସେମାନଙ୍କୁ କେତେବେଳେ ପଲିଥିନ ତଳେ ତ କେତେବେଳେ ପୁଣି ଶୌଚାଳାୟରେ ଜୀବନ ବିତାଇବାକୁ ପଡୁଛି । ଏମିତିକି ଦୁଇଓଳି ଖାଇବାକୁ ମଧ୍ୟ ମିଳିବା କଷ୍ଟକର ହୋଇ ପଡୁଛି । ବାପାଙ୍କ ମୃତ୍ୟୁ ପରେ 5 ଛୁଆଙ୍କୁ ଛାଡି ମା’ ଅନ୍ୟଜଣେ ଯୁବକଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରି ଚାଲିଗଲା । ୫ଜଣ ପିଲାଙ୍କୁ ନିଜ ଭାଗ୍ୟ ସହ ଲଢ଼ି ବଞ୍ଚିବାକୁ ପଡୁଛି । ପରଘରେ ମୂଲ ଲାଗି ବଡ଼ ଭଉଣୀ ଯାହା କିଛି ପାଉଛି ସେଇଥିରେ ସାନ ଭାଇ ଭଉଣୀଙ୍କ ମୁହଁରେ ଦାନା ଦେଉଛି । ଏମିତି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅଧିନ ଥେଙ୍ଗଡିହା ଗ୍ରାମରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଗ୍ରାମର ବାବୁଲା ହେମ୍ରମ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ଯ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ହଠାତ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୁଇବର୍ଷ ପୂର୍ବରୁ ବାବୁଲାଙ୍କ ମୃତ୍ଯୁ ହୋଇଥିଲା । ବାବୁଲାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗୀତା ଅନ୍ଯ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିବା ସହ ଘର ଛାଡି ଅନ୍ଯତ୍ର ଚାଲିଗିଲେ । ମୋଟ 6 ଜଣ ପିଲାଙ୍କ ମଧ୍ୟରୁ ମହିଳା ନିଜ ସହ ଜଣେ ପିଲାକୁ ନେଇ ଯାଇଥିବା ବେଳେ ଅଭିଶପ୍ତ ଜୀବନ ବିତାଉଛନ୍ତି ଅନ୍ଯ 5ଜଣ ଭାଇ ଭଉଣୀ ।
ଏହା ମଧ୍ୟ ପଢନ୍ତୁ :-5 ଜଣଙ୍କୁ ବାନ୍ଧିଲା ବନ ବିଭାଗ: ଛାମୁଣ୍ଡିଆରୁ 3, କୁଶଙ୍ଗରୁ ଶିକାରୀ ବାପଝିଅ ଗିରଫ