ବାଲେଶ୍ଵର: ବାଲେଶ୍ଵର ସେରଗଡ଼ ଅଞ୍ଚଳର ଦୁଗ୍ଧ ଚାଷୀମାନେ ରାସ୍ତାରେ କ୍ଷୀର ଢାଳି ଦେଇଥିବା ଦେଖିବାକୁ ମିଳିଛି । 5 ତାରିଖରୁ 14 ଦିନ ପାଇଁ ସାରା ରାଜ୍ୟ ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି । କେବଳ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲା ରହିଛି ।
ଦୋକାନ ବଜାର ବନ୍ଦ, ରାସ୍ତାରେ କ୍ଷୀର ଢାଳିଲେ ଚାଷୀ - balasore farmers poured milk
ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିବାରୁ କ୍ଷୀର ବିକ୍ରି ହୋଇନଥିବାରୁ ବାଲେଶ୍ଵର ସେରଗଡ଼ ଅଞ୍ଚଳର ଦୁଗ୍ଧ ଚାଷୀମାନେ ରାସ୍ତାରେ କ୍ଷୀର ଢାଳିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
ଦୋକାନ ବଜାର ବନ୍ଦ, ରାସ୍ତାରେ କ୍ଷୀର ଢାଳିଲେ ଚାଷୀ
ଏହି ସମୟରେ ଚାଷୀଙ୍କ ଠାରୁ କ୍ଷୀର ନେଉଥିବା ଦୋକାନୀ ମାନେ କ୍ଷୀର ନେଉ ନାହାନ୍ତି । ଚାଷୀମାନେ କ୍ଷୀର ବିକ୍ରି କରି ପାରୁ ନଥିବାରୁ ସେସବୁ ନଷ୍ଟ ହୋଇଯାଉଛି । ଏଥିପାଇଁ ଚାଷୀମାନେ କ୍ଷୀର ସବୁ ରାସ୍ତାରେ ଢାଳି ଦେଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ