ଓଡିଶା

odisha

ETV Bharat / state

ମଣ୍ଡିରେ ଧାନ ବିକ୍ରି ପରେ ବି ମିଳୁନି ପ୍ରାପ୍ୟ, ଅଭିଯୋଗ ଆଣିଲା ବିଜେପି କୃଷକ ମୋର୍ଚ୍ଚା - ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଅସନ୍ତୋଷ ବ୍ୟକ୍ତ

ଅମଳ ଧାନ ବିକ୍ରି ଚାଷୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ। ଏହାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଏହାର ସମାଧାନ ଦିଗରେ ସରକାର ଚିନ୍ତା ନ କଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

farmers did not get crop selling price
farmers did not get crop selling price

By

Published : Feb 3, 2023, 10:38 PM IST

ବାଲେଶ୍ବର: ଚାଷୀଟିଏ ଧାନ ଚାଷ କରି ଅମଳ ଧାନ ବିକ୍ରି କରିବା ପରେ ମଧ୍ୟ ଉଚିତ ପ୍ରାପ୍ୟ ପାଇବାରେ ବିଳମ୍ବ ହେଉଛି । ଚାଷୀ ସରକାରୀ ଧାନ ମଣ୍ଡିରେ ଧାନ ବିକ୍ରି କରିବାର 24 ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଟଙ୍କା ଆସିବା କଥା ମାତ୍ର ପ୍ରାୟ ଏକମାସ ଧରି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନି । ଏଥିଯୋଗୁଁ ଚାଷୀମାନେ ହତାଶ ହେଉଛନ୍ତି । ଏହାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଏହାର ସମାଧାନ ଦିଗରେ ସରକାର ଚିନ୍ତା ନ କଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସୂଚନା ଅନୁସାରେ, ଚଳିତ ଖରିଫ ଋତୁରେ ଚାଷୀମାନଙ୍କଠାରୁ ସରକାର ମଣ୍ଡି ମାଧ୍ୟମରେ କ୍ରୟ କରୁଥିବା ଧାନର ପ୍ରାପ୍ୟ ଗତ ୧୦ ତାରିଖଠାରୁ ଚାଷୀ ପାଇନାହାନ୍ତି । ଚାଷୀମାନଙ୍କର ଧାନକୁ ବିଭିନ୍ନ ଆଳ ଦେଖାଇ ମଣ୍ଡିରେ ମିଲର ମାନେ କ୍ୱିଣ୍ଟାଲ ପିଛା ୮ ରୁ ୧୦ କିଲୋ ଧାନ କାଟି ଦେଉଛନ୍ତି ମିଲରମାନେ ନିଜ ତରଫରୁ ଅଖା, ସୁତୁଲିର ବ୍ୟବସ୍ଥା କରିବାର ବ୍ୟବସ୍ଥା ଥିବାବେଳେ ଚାଷୀମାନଙ୍କୁ ଅଖା, ସୁତୁଲି ନିଜ ଆଡୁ ଦେବାକୁ ବାଧ୍ୟ କରୁଛନ୍ତି । ଚାଷୀଙ୍କର ୫୦ କ୍ୱିଣ୍ଟାଲରୁ ଅଧିକ ଧାନର ଟୋକନ ଆସିଥିବା ସ୍ଥଳେ ଜିଲ୍ଲା ପ୍ରକ୍ୟୁରମେଣ୍ଟ କମିଟିର ନିଷ୍ପତ୍ତି କ୍ରମେ ପ୍ରତି ଚାଷୀଙ୍କ ପାଖରୁ ୫୦ କ୍ଵିଣ୍ଟାଲରୁ ଅଧିକ ଧାନ କ୍ରୟ କରୁ ନାହାନ୍ତି । ଫଳସ୍ୱରୂପ ଚାଷୀମାନେ ସେମାନଙ୍କର ସମ୍ପୂର୍ଣ୍ଣ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି ।

ତେବେ ଚାଷୀମାନେ ପ୍ରାୟତଃ ସମବାୟ ସମିତି,ବ୍ୟାଙ୍କ୍ ଓ ହାତ ଉଧାର ଋଣ ନେଇ ଚାଷ କରିଥାନ୍ତି । ଧାନ ବିକ୍ରି କରି ପ୍ରାପ୍ୟ ପାଉନଥିବାରୁ ଚାଷୀମାନେ ଋଣ ଶୁଝି ପାରୁନାହାନ୍ତି । ଏପଟେ ରବି ଋତୁ ଚାଷ କାର୍ଯ୍ୟ ଆରମ୍ଭ ହେଲାଣି। କିନ୍ତୁ ଚାଷୀଙ୍କ ପାଖରେ ଅର୍ଥ ନଥିବାରୁ ଚାଷକାର୍ଯ୍ୟ ଆରମ୍ଭ କରିପାରୁ ନାହାନ୍ତି । ଏହିଭଳି ଅବ୍ୟବସ୍ଥା ଯୋଗୁଁ ଚାଷୀକୂଳ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି । ଚାଷୀମାନଙ୍କର ଏମିତି ସମସ୍ୟାକୁ ନେଇ ବାଲେଶ୍ଵର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଚାଷୀଙ୍କର ଅସୁବିଧାକୁ ଅନ୍ତରର ସହିତ ହୃଦୟଙ୍ଗମ କରି ସେମାନଙ୍କର ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ବାଲେଶ୍ଵର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଦାବି କରିଛନ୍ତି ।

ଯଦି ଚାଷୀମାନେ ସେମାନଙ୍କର ପ୍ରାପ୍ୟ ୭ଦିନ ମଧ୍ୟରେ ନ ପାଆନ୍ତି ତେବେ ଭାରତୀୟ ଜନତା କୃଷକ ମୋର୍ଚ୍ଚା, ବାଲେଶ୍ୱର ଚାଷୀମାନଙ୍କ ଏହି ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ପଛେଇବ ନାହିଁ ବୋଲି ଚେତାବନୀ ଦିଆଯାଇଛି । ସେହିପରି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ,କୃଷକ ମୋର୍ଚ୍ଚାର ସୂର୍ୟ ନାରାୟଣ ସାହୁ, ପର୍ଶୁରାମ ପରିଡ଼ା, ସତ୍ୟଜିତ ମିଶ୍ର, ଶ୍ରୀନିବାସ ପ୍ରଧାନ ଆଶିଷ କୁମାର ଘୋଷ, ସସ୍ମିତା ପଣ୍ଡା, ମୃତ୍ୟୁଞ୍ଜୟ ଜେନା, ପ୍ରଶାନ୍ତି ପଣ୍ଡା, ଶୁଭଙ୍କର ମହାପାତ୍ର, ମମତା ମହାପାତ୍ର, ପ୍ରମୁଖ ସାମିଲ ହୋଇଥିଲେ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details