ବାଲେଶ୍ଵର: ଜିଲ୍ଲାର ସୋର ଅଞ୍ଚଳରେ ପୁଣି ଚାଷୀ ଅନ୍ଦୋଳନ ଦେଖିବାକୁ ମିଳିଛି। ସୋର ଥାନା ବାଳଙ୍ଗ ଗ୍ରାମ ଦେଇ ଯାଇଥିବା ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ପାଚିଲା ଧାନଚାଷ ଜମିରେ ପାଣି ମାଡି ଯାଇ ବ୍ୟାପକ କ୍ଷୟକ୍ଷତି ହେଉଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ବାଲେଶ୍ବରରେ ପୁଣି ଚାଷୀ ଆନ୍ଦୋଳନ
ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ପାଚିଲା ଧାନ ଚାଷ ଜମିରେ ପାଣି ମାଡି ଯାଇ ବ୍ୟାପକ କ୍ଷୟକ୍ଷତି ହେଉଥିବା ଅଭିଯୋଗରେ ବାଲେଶ୍ବର ଜିଲ୍ଲାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ...
ବାଲେଶ୍ବରରେ ପୁଣି ଚାଷୀ ଆନ୍ଦୋଳନ
ପୂର୍ବରୁ ଏନେଇ ବାଳଙ୍ଗ ଗ୍ରାମର ଚାଷୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସୋମବାର ସୋର ଅନନ୍ତପୁର ରାଜ୍ୟ ରାଜପଥକୁ ଗ୍ରାମବାସୀ ମାନେ 4 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବନ୍ଦ ରଖିଥିଲେ । ଘଟଣାସ୍ଥଳରେ ସୋର ଅତିରିକ୍ତ ତହସିଲଦାର ଲିପସା ରାୟ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ