ଓଡିଶା

odisha

ETV Bharat / state

ନୀଳଗିରିରେ ହାତୀ ଉତ୍ପାତ, ଚୁପ ବସିଛି ବନବିଭାଗ

ଗାଁକୁ ମାଡି ଆସୁଛନ୍ତି ହାତୀପଲ। ନେଉଛନ୍ତି ଜୀବନ, ଦଳି ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି। କ୍ରମାଗତଭାବେ ଏଥରକୁ ମିଶାଇ 3 ଥର ନୀଳଗିରି ଅଞ୍ଚଳରେ ଉତ୍ପାତ ହୋଇଛନ୍ତି ହାତୀ। ତଥାପି ଚୁପ ବସିଛି ବନବିଭାଗ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

By

Published : Apr 7, 2019, 10:40 AM IST

ବାଲେଶ୍ବର: ଗାଁ ମୁହାଁ ହାତୀପଲ। ଥମୁନି ହାତୀ ଉତ୍ପାତ । ଦିନ ହେଉକି ରାତି ମାଡି ଆସୁଛନ୍ତି ପଲପଲ ହାତୀ । ସେହିପରି ପୁଣି ବାଲେଶ୍ବର ଜିଲ୍ଲାର ନୀଳଗିରି ଅଞ୍ଚଳରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ହାତୀପଲ ବାଡ଼ିରେ ପଶି ପରିବା ଚାଷ ସହ ଗଛ ଓ ଖୁଣ୍ଟ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଢୋଲପୁର ଗାଁରେ ଶନିବାର ରାତିରେ ହାତୀପଲ ମାଡି ଆସିଥିଲେ। ଏମାନେ ଲୋକଙ୍କ ବାଡ଼ିରେ ପଶି ଫସଲ ନଷ୍ଟ କରିଛନ୍ତି। ଯାହାଫଳରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଭୟଭୀତ ହୋଇ ଯାଇଛନ୍ତି ।

ହାତୀପଲଙ୍କୁ ଘଉଡାଇବା ପାଇଁ ଗ୍ରାମବାସୀ ଏକଜୁଟ ହୋଇଥିଲେ। ବିଭିନ୍ନ ଉପାୟ ଅବଲମ୍ବନ କରି ହାତୀପଲଙ୍କୁ ଗ୍ରାମରୁ ନେଇ ଜଙ୍ଗଲ ଆଡକୁ ଛାଡିଛନ୍ତି। କିନ୍ତୁ ହାତୀ ଘଉଡାଇବାରେ ବନବିଭାଗ ସାହାଯ୍ୟ କରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।


ପ୍ରକାଶ ଥାଉକି ଗତ 2ସପ୍ତାହ ମଧ୍ୟରେ ଉକ୍ତ ଗ୍ରାମରେ 3ଥର ହାତୀପଲ ପଶିବା ପରେ ମଧ୍ୟ ବନବିଭାବ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଆସିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details