ଓଡିଶା

odisha

ETV Bharat / state

ନୀଳଗିରିରେ ପଶିଲେ 35 ଝାଡ଼ଖଣ୍ଡି ହାତୀ - ନୀଳଗିରି

ନୀଳଗିରିରେ 35 ଝାଡ଼ଖଣ୍ଡି ହାତୀ। ଖାଦ୍ୟ,ପାନୀୟ ପାଇଁ ହାତୀମାନେ ନିକଟସ୍ଥ ବସ୍ତିକୁ ଯିବାର ସମ୍ଭାବନା ଥିବାରୁ ବନବିଭାଗ ଚିନ୍ତାରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jun 12, 2019, 10:19 AM IST

ବାଲେଶ୍ଵର: ରାଜ୍ୟରେ ହାତୀ ଉପଦ୍ରବ ଥମିବାକୁ ନାଁ ନେଉନଥିବା ବେଳେ ପୁଣି ନୀଳଗିରି ଅଞ୍ଚଳରେ 35 ଝାଡଖଣ୍ଡି ହାତୀ ପଶି ଥିବା ଜଣାପଡିଛି । ହାତୀମାନେ ବସ୍ତି ଅଞ୍ଚଳକୁ ଯେଭଳି ନ ପଶନ୍ତି ସେଥିପାଇଁ ବନବିଭାଗ ଜଗିରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

କିଛିଦିନ ଧରି ଝଡାଖଣ୍ଡ ହାତୀପଲ ମୟୁରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜର ନଡ଼ପୁର ଜଙ୍ଗଲରେ ଘୁରି ବୁଲୁଥିଲେ । ମଙ୍ଗଳବାର ରାତିରେ ମୟୁରଭଞ୍ଜ ଜିଲ୍ଲା ଅତିକ୍ରମକରି ହାତୀମାନେ ନୀଳଗିରି ଅଞ୍ଚଳରେ ପ୍ରବେଶ କରିଥିବା ବନବିଭାଗ ସୂଚନା ଦେଇଛି ।

ନୀଳଗିରିରେ ହାତୀପଲ ବୁଲୁଥିବା ନେଇ ଲୋକେ ଆତଙ୍କିତ ଥିବା ବେଳେ ପାଣି ଓ ଖାଦ୍ୟ ପାଇଁ ହାତୀମାନେ ବସ୍ତି ଅଞ୍ଚଳକୁ ପଶିବା ଅଧିକ ସମ୍ଭାବନା ଥିବାରୁ ବନବିଭାଗ ଚିନ୍ତାରେ ପଡିଛି ।


ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details