ଓଡିଶା

odisha

ETV Bharat / state

ବିଦ୍ୟୁତ ଆଘାତରେ ଚାଲିଗଲା 2ଜୀବନ

ଲୋକଙ୍କର ଅସୁବିଧାକୁ ଦୂର କରୁଥିଲେ । ହେଲେ ଅକାଳରେ ଚାଲିଗଲା ଜୀବନ । ଏମିତି ଦୁଃଖଦ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାରେ ।

By

Published : Aug 17, 2019, 11:54 PM IST

Updated : Aug 18, 2019, 4:04 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ହିଡିଙ୍ଗା ଅଞ୍ଚଳରେ ବିଦ୍ୟୁତ ମରାମତି ବେଳେ 2ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ହିଡିଙ୍ଗାରେ ବିଦ୍ୟୁତ ସମସ୍ୟା ନେଇ ଲାଇନ ମ୍ୟାନ ସତ୍ୟନାରାୟଣ ଦାସ ଓ ସେହି ଗାଁର ଯୁବକ ପ୍ରଦୀପ ଜେନାଙ୍କୁ ନେଇ ମରାମତି କରିବାକୁ ଯାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗୋଟିଏ ଖୁଣ୍ଟରେ ଏଲଟି ଓ 11 କେଭି ବିଦ୍ୟୁତ ତାର ସରବରାହ ହୋଇଥିଲା । ଏଲଟି ଲାଇନ ସଜାଡୁଥିବା ବେଳେ ଅସାବଧାନତା ଯୋଗୁଁ ତାହା 11 କେଭିରେ ସଂଯୋଗ ହୋଇଯାଇଥିଲା। ଫଳରେ ଉଭୟ ବିଦ୍ୟୁତ ଆଘାତରେ ତଳେ ପଡିଯାଇଥିଲେ । ଗୁରୁତ୍ବର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଲୋକେ ବାଲେଶ୍ଵର ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସତ୍ୟନାରାୟଣଙ୍କ ଘର ସହରର ସୁନହଟ ଅଞ୍ଚଳରେ ହୋଇଥିବା ବେଳେ ନିକଟରେ ତାଙ୍କର ପ୍ରମୋଶନ ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 18, 2019, 4:04 AM IST

ABOUT THE AUTHOR

...view details