ଓଡିଶା

odisha

ETV Bharat / state

ବିଦ୍ୟୁତ ଆଘାତରେ ଡମ୍ପର ମାଲିକ ମୃତ

ବିଦ୍ଯୁତ ଆଘାତରେ ବାଲେଶ୍ବରରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା ଜଳେଶ୍ବର ଥାନା ଅନ୍ତ୍ରର୍ଗତ ରାଜନଗର ଗ୍ରାମରେ ଘଟିଛି ।

By

Published : Apr 25, 2019, 7:37 PM IST

ଫଟୋ ସୌଜନ୍ଯ : ସମ୍ବାଦଦାତା,  ବାଲେଶ୍ବର

ବାଲେଶ୍ବର : ବିଦ୍ଯୁତ ତାର ନେଲା ଜଣଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଜଳେଶ୍ବର ଥାନା ଅନ୍ତ୍ରର୍ଗତ ରାଜନଗର ଗ୍ରାମରେ ଘଟିଛି । ମୃତକଙ୍କ ନାମ ପ୍ରଦୀପ ବେହେରା ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ଯ : ସମ୍ବାଦଦାତା, ବାଲେଶ୍ବର

ପ୍ରଦୀପ ଆଜି ଅପରାହ୍ନରେ ନିଜ ଡମ୍ପରରେ ଶିଖରପୁର ଘାଟରେ ବାଲି ବୋଝେଇ କରୁଥିଲେ । ପରେ ବାଲି ବୋଝେଇ ଗାଡି ଉପରେ ପାଲ ଟାଣିବା ବେଳେ ଉପରେ ଯାଇଥିବା 11 କେଭି ବିଦ୍ଯୁତ ତାର ସଂସ୍ପର୍ଶରେ ସେ ଆସି ଯାଇଥଲେ । ଫଳରେ ପ୍ରଦୀପଙ୍କୁ ଶକ୍ତ ବିଦ୍ଯୁତ୍ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ସେ ସଙ୍ଗେସଙ୍ଗେ ଟଳି ପଡିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ଅପମୃତ୍ଯୁ ମାମଲା ରୁଜୁ କରିଛି ।


ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details