ଓଡିଶା

odisha

ETV Bharat / state

ରାଜନୈତିକ କ୍ରୋଧ ପାଲଟିଲା ପାରିବାରିକ ହିଂସା, 5 ଗୁରୁତର

ରାଜନୈତିକ ଦଳ ଅଦଳ ବଦଳକୁ ନେଇ ଦେଖାଦେଇଛି ପାରିବାରିକ ହିଂସା । ଏପରିକି ଭାଇ ନିଜ ଭଉଣୀ ସମେତ ଅନ୍ୟ ସମ୍ପର୍କୀୟଙ୍କୁ ଶାବଳରେ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନାହିଁ । ଘଟଣାଟି ହେଉଛି ବାଲିଆପାଳ ବ୍ଲକ ମାଣିକ ସିମୁଳିଆ ଗ୍ରାମର ।

By

Published : Mar 30, 2019, 11:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରାଜନୈତିକ ଦଳ ଅଦଳ ବଦଳକୁ ନେଇଦେଖାଦେଇଛି ପାରିବାରିକ ହିଂସା । ଏପରିକି ଭାଇ ନିଜ ଭଉଣୀ ସମେତ ଅନ୍ୟ ସମ୍ପର୍କୀୟଙ୍କୁ ଶାବଳରେ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନାହିଁ । ଘଟଣାଟି ହେଉଛି ବାଲିଆପାଳ ବ୍ଲକ ମାଣିକ ସିମୁଳିଆ ଗ୍ରାମର । ଯେଉଁଠାରେ ରାଜନୈତିକ କ୍ରୋଧକୁ ପାରିବାରିକ ହିଂସାରେ ପରିଣତ କରିଛନ୍ତି ତିନି ଭାଇ ଦୁର୍ଜୟ, ସଞ୍ଜୟ ଓ ଅଜୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଘଟଣାରେ ପରିବାରର 5-6ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ମନୋରମା ସେନାପତି(50)ଙ୍କ 6 ବର୍ଷର ପୁତୁରା ଖେଳୁଥିବା ସମୟରେ ରାସ୍ତା ଉପରକୁ ଚାଲିଯାଇଥିଲା । ଯାହାକୁ ନେଇ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ତାଙ୍କରର ତିନି ଭାଇ ଦୁର୍ଜୟ, ସଞ୍ଜୟ ଓ ଅଜୟ ।

ଏହାପରେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମନୋରମା ଓ ତାଙ୍କ ପରିବାର ଉପରେ ଶାବଳରେ ଆକ୍ରମଣ ଆରମ୍ଭ କରିଥିଲେ ତିନି ଭାଇ । ଆକ୍ରମଣରେ ପରିବାରର 5 ଜଣ ଗୁରୁତର ହେବା ସହ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଏନେଇ ବାଲିଆପାଳ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି ।

ପ୍ରକାଶ ଯେ ସମ୍ପୃକ୍ତ ପରିବାର ସମୂହ କଂଗ୍ରେସ ଦଳରେ ଥିବାବେଳେ ମନୋରମା ଗତ କିଛି ଦିନ ହେବ ବିଜେଡି ଦଳକୁ ସମର୍ଥନ କରିଆସୁଥିଲେ । ଯାହାକୁ ନେଇ ତିନି ଭାଇ ରାଗ ରଖି ଆକ୍ରମଣ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details