ବାଲେଶ୍ବର: ଚଳିତ ସାଧାରଣ ନିର୍ବାଚନ ମତଦାନ ପାଇଁ ଡ୍ୟୁଟିରେ ନିୟୋଜିତ ଗାଡ଼ିର ଶତାଧିକ ଡ୍ରାଇଭର ନାନାଦି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନିତ୍ୟକର୍ମଠାରୁ ଆରମ୍ଭ କରି ଖାଇବା ପିଇବା ସବୁଥିରେ ନାହିଁନଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର ସୂଚନା ଅନୁସାରେ ବାଲେଶ୍ବରରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 29 ତାରିଖରେ ଅନୁଷ୍ଠିତ ହେବ । ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଗାଡି ଗୁଡିକୁ 22 ତାରିଖରୁ ଡ଼କାଯାଇ ରିଜର୍ଭ ପୋଲିସ ପଡ଼ିଆରେ ପାର୍କିଂ କରାଯାଇଛି । ମାତ୍ର ସେଠାରେ ପିଇବା ପାଣି, ଶୌଚାଳୟ, ଖାଇବାର କୌଣସି ବ୍ୟବସ୍ଥା ନଥିବାରୁ ଡ୍ରାଇଭରମାନେ ନାନାଦି ଅସୁବିଧା ଭୋଗୁଥିବା କହିଛନ୍ତି ।
ଏହି ସବୁ ଅସୁବିଧା ସଂକ୍ରାନ୍ତରେ ଡ୍ରାଇଭରମାନେ ପ୍ରଶାସନକୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳିପାରି ନାହିଁ । ପଡ଼ିଆରେ ପାଖାପାଖି 150ଟି ଗାଡି ରହିଥିବା ବେଳେ ଡ୍ରାଇଭରମାନେ ନିତ୍ୟକର୍ମ କରିବାକୁ ବହୁ ଅସୁବିଧା ଭୋଗୁଥିବା ଡ୍ରାଇଭରମାନେ କହିଛନ୍ତି । ଭୁବନେଶ୍ବରରୁ ଆସିଥିବା ଗାଡି ଡ୍ରାଇଭରଙ୍କୁ ସବୁ ସୁବିଧା ମିଳୁଥିବା ବେଳେ ବାଲେଶ୍ଵର ଗାଡି ଡ୍ରାଇଭରଙ୍କୁ କିଛି ମିଳୁ ନଥିବା ଅଭିଯୋଗ ହୋଇଛି । ରାତିସାରା ଗାଡି ଭିତରେ ଡ୍ରାଇଭରମାନେ ଶୋଉଥିବା ବେଳେ ସେମାନଙ୍କ ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରି ନାହିଁ ବୋଲି ଅଭିଯୋଗ କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ