ଓଡିଶା

odisha

ETV Bharat / state

ବାଲେଶ୍ବରରେ ଜମୁଛି ଦୁର୍ଗାପୂଜା: ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ତୋରଣ - ଟ୍ରାଫିକ ନିୟନ୍ତ୍ରଣ

ବାଲେଶ୍ବରରେ ସମୁଦାୟ 73ଟି ମେଢ଼ ହୋଇଥିବାବେଳେ ବିଭିନ୍ନ ମଣ୍ଡପରେ ପୂଜାର ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି ।

ବାଲେଶ୍ବରରେ ଜମିଲାଣି ଦୁର୍ଗାପୂଜା, ବାଧକ ସାଜିପାରେ ବର୍ଷା

By

Published : Oct 5, 2019, 2:13 PM IST

ବାଲେଶ୍ବର: ଜିଲ୍ଲାରେ ମହାସମାରୋହରେ ଚାଲିଛି ମା' ଦୁର୍ଗାଙ୍କ ମହା ସପ୍ତମୀ ପୂଜା । ମା'ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଜମିଲାଣି ଭିଡ଼ । ଆସନ୍ତାକାଲି(ରବିବାର) ମହାଅଷ୍ଟମୀ ପୂଜା ଥିବାବେଳେ ବ୍ରତୀମାନେ ଆଜି(ଶନିବାର)ଠାରୁ ଫଳ ଦୋକାନରେ ଭିଡ ଲଗାଇଛନ୍ତି ।

ତେବେ ବାଲେଶ୍ବରରେ ସମୁଦାୟ 73ଟି ମେଢ଼ ହୋଇଥିବାବେଳେ ବିଭିନ୍ନ ମଣ୍ଡପରେ ପୂଜାର ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରିଥିବା ଜଣାପଡିଛି । ସେହିପରି 2ଜଣ ଅତିରିକ୍ତ ଏସ୍‌ପି, 6ଜଣ ଡିଏସ୍‌ପି, 14 ଜଣ ଇନ୍ସପେକ୍ଟର, 75 ଜଣ ଏସ୍‌ଆଇ ଓ ଏଏସ୍‌ଆଇ, 14 ପ୍ଲାଟୁନ ଫୋର୍ସ ପୂଜା ପାଇଁ ନିୟୋଜିତ ହୋଇଛନ୍ତି । ଏହାସହ 250 ଜଣ ଗୃହରକ୍ଷୀ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଛନ୍ତି ।

ବାଲେଶ୍ବରରେ ଜମିଲାଣି ଦୁର୍ଗାପୂଜା, ବାଧକ ସାଜିପାରେ ବର୍ଷା

ଗୋଟିଏପଟେ ପୂଜାବଜାର ସରଗରମ ଥିବାବେଳେ ବାଲେଶ୍ବରରେ ବର୍ଷା ଲୋକଙ୍କ ମନୋରଞ୍ଜନରେ ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details