ଓଡିଶା

odisha

ETV Bharat / state

ଉଚ୍ଚଶିକ୍ଷା ପାଇଁ ଆଦିବାସୀ ଛାତ୍ରଛାତ୍ରୀଙ୍କ ଦୁଦେଲା ଜାୱରା ଉତ୍ସବ ପାଳିତ - ଆଦିବାସୀ ଛାତ୍ରଛାତ୍ରୀ

ବାଲେଶ୍ବର ଜିଲ୍ଲାର ତହସିଲଭୁକ୍ତ ଉପଜାତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆଦିବାସୀ ଛାତ୍ର ଉନ୍ନୟନ ପକ୍ଷରୁ ଏହି ଉତ୍ସବ ପାଳିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 25, 2019, 6:27 PM IST

ବାଲେଶ୍ବର: ଜିଲ୍ଲାର ତହସିଲଭୁକ୍ତ ଉପଜାତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ପ୍ରତିବର୍ଷ 'ଦୁଦେଲା ଜାୱରା 'ଉତ୍ସବ ପାଳିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆଦିବାସୀ ଛାତ୍ର ଉନ୍ନୟନ ପକ୍ଷରୁ ଏହି ଉତ୍ସବ ପାଳିତ ହୋଇଛି । ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଗୀତାଶ୍ରୀ ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସମାଜର ଅବହେଳିତ ଓ ପଛୁଆ ବର୍ଗର ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାର ପ୍ରଭାବରେ ଏହି କଲେଜରେ ପାଖାପାଖି 500 ପିଲା ପାଠ ପଢୁଛନ୍ତି ବୋଲି କହିଛନ୍ତି ଗୀତାଶ୍ରୀ ରାଏ ।

ସେ ଏହା ମଧ୍ୟ କହିଛନ୍ତି , ନିଜ ପିଲାଙ୍କୁ ଉଚ୍ଚ ଶିକ୍ଷା ଦେଇ ସେମାନଙ୍କ ପରିବାରରେ ଖୁସିର ଲହରୀ ଖେଳିଯିବା ସହ ଅନ୍ୟମାନଙ୍କ ମଧ୍ୟରେ ନିଜକୁ ଖାପଖୁଆଇ ନିଜର ସତ୍ତା ଅନୁଭବ କରିଛନ୍ତି । ଉତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ସନ୍ତୋଷ କୁମାର ରାଉତ, ଶଙ୍କର ମୂର୍ମୁ, ସୁକୁଲାଲ୍ ମାରାଣ୍ଡି, ଦକ୍ଷିଣ ଚରଣ ମୂର୍ମୁ ପ୍ରମୁଖ ଯୋଗ ଦେଇ ଆଦିବାସୀଙ୍କ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details