ଓଡିଶା

odisha

ETV Bharat / state

ମମତାର ଅନନ୍ୟ ନିଦର୍ଶନ, ଦେଖନ୍ତୁ ଭିଡିଓ

ବାଲେଶ୍ବର ସହର ନେଲିଆବାଗ ଅଞ୍ଚଳରେ ଦେଖିବାକୁ ମିଳିଥିଲା କିଛି ନିଆରା ଦୃଶ୍ୟ । ଏକ ଛୋଟ ବିଲେଇକୁ ଅତି ସ୍ନେହରେ ନିଜ ବକ୍ଷଜର ଅମୃତ ପିଆଇଥିଲା କୁକୁର । ବିଲେଇ ଛୁଆଟି ବି କୁକୁରକୁ ନଡରି ବେଶ ଆନନ୍ଦରେ କ୍ଷୀର ପିଇ ଚାଲିଥିଲା ।

By

Published : Aug 20, 2019, 12:00 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: କଥାରେ ଅଛି ମାଆର ଭଲପାଇବା ଆଉ ସ୍ନେହ ସାମ୍ନାରେ ସବୁ ଯେମିତି ତୁଚ୍ଛ । ମାଆ ତାର ଶିଶୁ ପାଇଁ ଅଜାଡି ଦିଏ ଅଜସ୍ର ଭଲପାଇବା । ମାର ବକ୍ଷଜରୁ ଝରି ପଡୁଥିବା ଅମୃତ ଦୁଇ ବୁନ୍ଦା ଖାଇବା ପାଇଁ ଶିଶୁଟି ଯେମିତି ହୋଇଯାଏ ପାଗଳ । ମାଆ କଣ ବୁଝେ ଯେ ଶିଶୁଟି ତା ନିଜର ନା ଆଉ କାହାର । ଟିକିଏ ସ୍ତନ୍ୟପାନ କରାଇ ମାଆକୁ ମିଳେ ଅମାପ ଶାନ୍ତି ଓ ଆନନ୍ଦ । ହେଲେ ଏହି ସ୍ବାର୍ଥପର ସମାଜରେ ଜଣେ ମଣିଷ ଆଉ ଜଣଙ୍କୁ ଆଡ଼ ଆଖିରେ ବି ଚାହେଁନି ସେତେବେଳେ ପଶୁମାନେ ସାଜିଛନ୍ତି ନିଃସ୍ବାର୍ଥପରର ଏକ ଜ୍ବଳନ୍ତ ଉଦାହରଣ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଶତ୍ରୁ ହେଲେ ବି ମାଆର ମମତା ଆଗରେ ସବୁକିଛି ହାରିଯାଏ । ସେମିତି ଏକ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ସହର ନେଲିଆବାଗ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏମିତି କିଛି ନିଆରା ଦୃଶ୍ୟ ।

ଯେଉଁ ବିଲେଇକୁ ଦେଖିଲେ କୁକୁର ଆକ୍ରମଣ କରିବାକୁ ଧାଇଁପଡେ ଏଠାରେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏକ ଛୋଟ ବିଲେଇକୁ ଅତି ସ୍ନେହରେ ନିଜ ବକ୍ଷଜର ଅମୃତ ପିଆଇଥିଲା କୁକୁର । ବିଲେଇ ଛୁଆଟି ବି କୁକୁରକୁ ନଡରି ବେଶ ଆନନ୍ଦରେ କ୍ଷୀର ପିଇ ଚାଲିଥିଲା । ଆଉ ମାଆ କୁକୁର ମଧ୍ୟ ବିଲେଇ ଛୁଆକୁ ସ୍ତନ୍ୟପାନ କରାଇ ସତେ ଯେମିତି ବିଲେଇ ପ୍ରେମରେ ଲୋଟି ହୋଇ ପଡୁଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details