ଓଡିଶା

odisha

ETV Bharat / state

ଧାନକିଣାକୁ ନେଇ ବୈଠକ, ଲକ୍ଷ୍ୟ ପୂରଣ ପାଇଁ ନିର୍ଦ୍ଦେଶ - ଗୁରୁତ୍ବପୂର୍ଣ୍ଣ ବୈଠକ

ବାଲେଶ୍ଵର ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଧାନକିଣାକୁ ନେଇ ବିଭିନ୍ନ ବିଭାଗ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଧାନ କିଣାକୁ ନେଇ ବୈଠକ, ଲକ୍ଷ୍ୟ ପୂରଣ ପାଇଁ ନିର୍ଦ୍ଦେଶ
ଧାନ କିଣାକୁ ନେଇ ବୈଠକ, ଲକ୍ଷ୍ୟ ପୂରଣ ପାଇଁ ନିର୍ଦ୍ଦେଶ

By

Published : Feb 29, 2020, 2:15 PM IST

ବାଲେଶ୍ଵର: ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଧାନକିଣାକୁ ନେଇ ବିଭିନ୍ନ ବିଭାଗ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଧାନ କିଣାକୁ ନେଇ ବୈଠକ, ଲକ୍ଷ୍ୟ ପୂରଣ ପାଇଁ ନିର୍ଦ୍ଦେଶ

ଜିଲ୍ଲାରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ପୂରଣ ହୋଇ ନଥିବାବେଳେ ମାତ୍ର 50 ପ୍ରତିଶତ ଚାଷୀଙ୍କଠାରୁ ଧାନ କିଣାଯାଇଥିବା ଜଣାପଡିଛି । 3 ମାସ ଭିତରେ ଧାନକିଣାର ଗତି ମନ୍ଥର ଥିବାରୁ ବୈଠକର ଉଦବେଗ ପ୍ରକାଶ ପାଇଥିଲା । ସେପଟେ ଧାନକିଣା ପାଇଁ ଆଉ ମାତ୍ର ଗୋଟିଏ ମାସ ବାକିଥିବାରୁ ଏଥିରେ ତତ୍ପର ଦେଖାଇବା ପାଇଁ କୁହାଯାଇଥିଲା । ଆଗାମୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଧାନକିଣାର ଲକ୍ଷ୍ୟ ପୂରଣ ପାଇଁ ଆହ୍ବାନ ଦିଆଯାଇଥିଲା।

ଏହି ବୈଠକର ସଦର ବିଧାୟକ ମଦନ ମୋହନ ଦତ୍ତ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details