ବାଲେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସ୍ଥିତ ଗୁପ୍ତ ବୃନ୍ଦାବନ ବା କ୍ଷୀରଚୋରା ଗୋପୀନାଥ ମନ୍ଦିର । ଜନ୍ମାଷ୍ଟମୀ ପାଇଁ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ହାତରେ ପୂଜା ଥାଳି ନେଇ ଭଗବାନଙ୍କ ଦର୍ଶନ କରୁଛନ୍ତି ।
କିଏ କେତେ ଅଳି କରୁଛି ନନ୍ଦଲାଲାଙ୍କ ନିକଟରେ । ପୁଣି ପରିବାରର ଶୁଭ ମନାସି ଶ୍ରଦ୍ଧାଳୁମାନେ କ୍ଷୀରୋଚାରା ଗୋପୀନାଥଙ୍କ ନିକଟରେ ଦ୍ବୀପ ଜାଳୁଛନ୍ତି । ଦିନେ ଭକ୍ତ ପାଇଁ କ୍ଷୀର ଭୋଗ ଚୋରି କରି ପ୍ରଭୁ ଗୋପୀନାଥ କ୍ଷୀରଚୋରର ଆଖ୍ୟା ପାଇଥିଲେ । ସେହି ଦିନଠାରୁ ସେ କ୍ଷୀରଚୋରା ଗୋପୀନାଥ ଭାବେ ରେମୁଣା ଅଞ୍ଚଳରେ ପୂଜା ପାଉଛନ୍ତି ।