ଓଡିଶା

odisha

By

Published : Sep 7, 2021, 12:02 PM IST

ETV Bharat / state

+2 ଓ +3 ପାଠ୍ୟକ୍ରମରେ ସାମ୍ବାଦିକତା ବିଷୟ ସାମିଲ ପାଇଁ ଦାବି

ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଠ୍ୟକ୍ରମରେ ସାମ୍ବାଦିକତା ବିଷୟ ସାମିଲ ପାଇଁ ଦାବି କରିଛନ୍ତି ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ ଆସିଷ୍ଟାଣ୍ଟ ପ୍ରଫେସର । ଅଧିକ ପଢନ୍ତୁ...

ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଠ୍ୟକ୍ରମରେ ସାମ୍ବାଦିକତା ବିଷୟ ସାମିଲ ପାଇଁ ଦାବି
ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଠ୍ୟକ୍ରମରେ ସାମ୍ବାଦିକତା ବିଷୟ ସାମିଲ ପାଇଁ ଦାବି

ବାଲେଶ୍ବର: ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଠ୍ୟକ୍ରମରେ ସାମ୍ବାଦିକତା ବିଷୟ ସାମିଲ ପାଇଁ ଦାବି । ପାଠ୍ୟକ୍ରମରେ "ସାମ୍ବାଦିକତା ଓ ଗଣ ଯୋଗାଯୋଗ" ବିଷୟକୁ ସାମିଲ କରିବା ପାଇଁ ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ ଆସିଷ୍ଟାଣ୍ଟ ପ୍ରଫେସର ଦାବି ଜଣାଇଛନ୍ତି। ଏନେଇ ସେ ଏକ ପ୍ରେସ ବିଜ୍ଞପ୍ତି ଦ୍ବାରା ସୂଚନା ଦେଇଛନ୍ତି।

ତାଙ୍କ ଦାବି ଅନୁଯାୟୀ, ବର୍ତ୍ତମାନ ସମୟରେ ଏହି ବିଷୟଟି ଖୁବ ସମୟପୋଯୋଗୀ ହେବା ସହ ପ୍ରତିଟି ମୁହୂର୍ତ୍ତରେ ପ୍ରତିଟି ବ୍ୟକ୍ତିଙ୍କ ପାଇଁ ଖବରର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏଥି ପାଇଁ ଏହି ବିଷୟଟିକୁ ପାଠ୍ୟକ୍ରମରେ ସାମିଲ କରିବାର ଆବଶ୍ୟକତା ରହିଛି। ଅନ୍ୟ ରାଜ୍ୟରେ ଏହି ବିଷୟ ଯୁକ୍ତ ଦୁଇ, ଯୁକ୍ତ ତିନି ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ଥିବା ବେଳେ ଆମ ରାଜ୍ୟରେ ଏହା ଆଜି ଯାଏ ହେଇ ନାହିଁ। ଏଥିପାଇଁ ସେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, 5T ସଚିବ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details