ବାଲେଶ୍ବର: ନଦୀ ମୁହାଣରୁ ଏକ ମୃତ ବିଶାଳକାୟ ସାର୍କ ଉଦ୍ଧାର ହୋଇଛି। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା କଣ୍ଟିଆଚିରା ଜାମୁକା ନଦୀ ମୁହାଣରେ ଏକ ବିଶାଳକାୟ ଓ୍ବେଲ ସାର୍କର ମୃତଦେହ ଦେଖିବାକୁ ମିଳିଛି । ଯାହାର ଓଜନ ପାଖାପାଖି ୫ କ୍ଵିଣ୍ଟାଲ ହେବ ବୋଲି କୁହାଯାଉଛି ।
ଗତ 3 ଦିନ ତଳେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଇଥିଲାବେଳେ ଜାଲରେ ଏକ ୫ କୁଇଣ୍ଟାଲ ଓଜନର ୱେଲ ସାର୍କ ଜାଲରେ ପଡ଼ିଥିଲା । ଏହାକୁ ଦେଖି ଧୀବରମାନେ ସାର୍କକୁ କୂଳକୁ ନେଇ ଆସିଥିଲେ ।