ଓଡିଶା

odisha

ETV Bharat / state

ସାଇକେଲରେ 16 ହଜାର କଲୋମିଟର ଯାତ୍ରା, ବାଣ୍ଟୁଛନ୍ତି ମୃତ୍ତିକା ସୁରକ୍ଷା ବାର୍ତ୍ତା - ମୃତ୍ତିକା ସଂରକ୍ଷଣ ପ୍ରଚାରକ

ସୁରେନ୍ଦ୍ର ଯାଦବ ସାଇକେଲ ଯୋଗେ 16000 କିଲୋମିଟର ଅତିକ୍ରମ କରି ସାରିଲେଣି । ଅରୁଣାଚଳ ପ୍ରଦେଶରେ ପହଞ୍ଚି ଏହି ଅଭିଯାନ ସମାପ୍ତ କରିବେ । ଅଧିକ ପଢନ୍ତୁ

cycle tour from  gujurat
cycle tour from gujurat

By

Published : Jan 10, 2023, 1:44 PM IST

cycle tour from gujurat

ବାଲେଶ୍ବର:ମାଟିର ଅବକ୍ଷୟ ଏକ ଗମ୍ଭୀର ସମସ୍ୟା ଭାବେ ଆଜି ଛିଡା ହୋଇଛି । ଏଥିପାଇଁ ଉଚିତ ନିୟମ କାନୁନ ଆଣିବା ଏବଂ ଲୋକଙ୍କ ମଧ୍ୟରେ ମୃତ୍ତିକା ସଚେତନତା ପାଇଁ ସଦଗୁରୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମୃତ୍ତିକା ବଞ୍ଚାଅ ଅଭିଯାନରେ ସାମିଲ ହୋଇଥିଲେ ବିଶ୍ବବାସୀ । ତେବେ ମୃତ୍ତିକା ସଂରକ୍ଷଣ ପ୍ରଚାରକ ଭାବେ ସୁରେନ୍ଦ୍ର ଯାଦବ ସାଇକେଲ ଯୋଗେ ଗୁଜରାଟରୁ ନେଇ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଲମ୍ବା ଯାତ୍ରାର ଅଭିଯାନ ଆରମ୍ଭ କରିଛନ୍ତି ।

ତେବେ ସେ ସାଇକେଲ ରେ 16000 କିଲୋମିଟର ଅତିକ୍ରମ କରି ସାରିଲେଣି । ଅଭିଯାନର ଏହି ପର୍ଯ୍ୟାୟ ଅରୁଣାଚଳ ପ୍ରଦେଶରେ ପହଞ୍ଚି ସମାପ୍ତ କରିବେ । ସୁରେନ୍ଦ୍ର ବାଲେଶ୍ବରରେ ପହଞ୍ଚିବା ପରେ ସ୍ମାଇଲ ସୋସାଇଟି, ବାଲେଶ୍ୱର ଆୱାଜ, ୱାଓ ୱେଲ୍‌ନେସ୍‌ ଏବଂ ଈଶା ଫାଉଣ୍ଡେସନର କର୍ମକର୍ତ୍ତାମାନେ ଏବଂ ଜିଲ୍ଲାର ପ୍ରମୁଖ ବ୍ୟକ୍ତିତ୍ୱ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମର ସମାପ୍ତି ପରେ ସୁରେନ୍ଦ୍ରଙ୍କ ସହ ସ୍ମାଇଲ ସୋସାଇଟିର ସଭାପତି ଶୁଭମ ସାଇ ମହାପାତ୍ର, ବାଲେଶ୍ୱର ଆୱାଜର ସଭାପତି ତୁଷାର ତପସ୍ୱୀ ଏବଂ ୱାଓ ୱେଲ୍‌ନେସ୍‌ର ସଭାପତି ସଲିମ ରାଜା ସାଇକେଲ ଯୋଗେ ବାଲେଶ୍ୱର ଭ୍ରମଣ କରି "ମୃତ୍ତିକା ବଞ୍ଚାଅ" ପରିପ୍ରେକ୍ଷୀରେ ସଚେତନତା ସୃଷ୍ଟି କରିଥିଲେ ।

ମୃ୍ତ୍ତିକା ସଂରକ୍ଷଣ ପାଇଁ ଉଚିତ ନୀତି ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଈଶା ଫାଉଣ୍ଡେସନ ର ସୌମେନ୍ଦ୍ର ଦାସ, ସ୍ମାଇଲ ସୋସାଇଟିର ଅଭିଜିତ ବିଶ୍ୱାଳ, ଦେବାଶିଷ ନାୟକ, ହରିହର ମନ୍ତ୍ରୀ ପ୍ରମୁଖ ସାମିଲ ଥିଲେl

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details