ଓଡିଶା

odisha

ETV Bharat / state

ଆର୍ଥିକ ଜନଗଣନାର ଦାୟିତ୍ୱ ନେବେ ଜନସେବା କେନ୍ଦ୍ର ପରିଚାଳକ - ଆର୍ଥିକ ଜନଗଣନା

ଜନସେବା କେନ୍ଦ୍ର ପରିଚାଳକମାନେ ଆର୍ଥିକ ଜନଗଣନାର ଦାୟିତ୍ବ ନେବେ । ପରିଚାଳକମାନେ ଆର୍ଥିକ ଜନଗଣନା କରିବା ସହ ସେମାନେ 10 ଜଣ ଲେଖାଏଁ ଯୁବକ ଯୁବତୀଙ୍କୁ ନିଯୁକ୍ତ କରିପାରିବେ ବୋଲି ସିଏସସିଇ ଗଭର୍ଣ୍ଣାସ ପରିଚାଳକ ଚିରଞ୍ଜୀବ ନାୟକ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦାତା, ବାଲେଶ୍ବର

By

Published : Jun 13, 2019, 5:06 PM IST

ବାଲେଶ୍ବର: ଆର୍ଥିକ ଜନଗଣନାରେ ଏବେ ଭାଗନେବେ ବାଲେଶ୍ବର ଜିଲ୍ଲାରେ ଥିବା ସମସ୍ତ ଜନସେବା କେନ୍ଦ୍ରର ପରିଚାଳକ । ଏନେଇ ବାଲେଶ୍ବର ସହରର ବ୍ରିଟ କଲ୍ୟାଣ ମଣ୍ଡପରେ ଏ ବାବଦରେ ପରିଚାଳକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦାତା, ବାଲେଶ୍ବର

ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଚାଳକ ଚିରଞ୍ଜୀବ ନାୟକ, ଅରୁପ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

ଜିଲ୍ଲାରେ ସମୁଦାୟ 1647ଟି ଜନସେବା କେନ୍ଦ୍ର ଥିବା ବେଳେ ଏହାର ପରିଚାଳନା ଦାୟିତ୍ବ ନେଇଥିବା ପରିଚାଳକମାନେ ଆର୍ଥିକ ଜନଗଣନା କରିବା ସହ ସେମାନେ 10 ଜଣ ଲେଖାଏଁ ଯୁବକ ଯୁବତୀଙ୍କୁ ନିଯୁକ୍ତ କରିପାରିବେ ବୋଲି ସିଏସସିଇ ଗଭର୍ଣ୍ଣାସ ପରିଚାଳକ ଚିରଞ୍ଜୀବ ନାୟକ କହିଛନ୍ତି । ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ମିଳିବାର ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ।

ସରକାରୀ ଯୋଜନାରୁ ଅନେକ ସମୟରେ ଲୋକମାନେ ବଞ୍ଚିତ ହେଉଥିବା ଯୋଗୁଁ ଏମିତି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଜଣାପଡିଛି । ପ୍ରତି ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ର ପରିଚାଳକମାନେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏହି ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେବ ବୋଲି ଜଣାପଡ଼ିଛି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details