ଓଡିଶା

odisha

ଷ୍ଟେସନରୁ ଟିକେଟ ଦଲାଲକୁ ବାନ୍ଧିଲା ଆରପିଏଫ

By

Published : Jun 16, 2019, 6:10 PM IST

Updated : Jun 18, 2019, 10:54 AM IST

ସବୁଦିନ ଅନ୍ଧାର ନଥାଏ ଚୋର ଘର । ତାହା ପ୍ରମାଣିତ ହୋଇଛି ବାଲେଶ୍ବରରେ । ଚଢା ଦରରେ ତାର୍ଥଯାତ୍ରୀଙ୍କୁ ଟିକେଟ ବିକୁଥିବା ଦଲାଲକୁ ଗିରଫ କରିଛି ଆରପିଏଫ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ୱର


ବାଲେଶ୍ୱର: ତୀର୍ଥଯାତ୍ରୀଙ୍କୁ ଚଢା ଦରରେ ଟିକେଟ ବିକ୍ରି କରିବା ମହଙ୍ଗା ପଡିଛି । ଅଭିଯୋଗ ମୁତାବକ ଜଣେ ଦଲାଲକୁ ଗିରଫ କରିଛି ଆରପିଏଫର କ୍ରାଇମବ୍ରାଞ୍ଚ ସ୍କ୍ବାଡ । ବାଲେଶ୍ବର ଷ୍ଟେସନରୁ ଅଭିଯୁକ୍ତକୁ ଗିରଫ କରିଛି ଖଡ଼ଗପୁର ସ୍କ୍ୱାଡ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ୱର

ଦଲାଲ ପାଖରୁ 2ଲକ୍ଷ 30 ହଜାର 440 ଟଙ୍କାର ଟିକେଟ, ନଗଦ 6800 ଟଙ୍କା ଏବଂ 33ଟି ଲାଇଭି ଟିକେଟ କ୍ରାଇମବ୍ରାଞ୍ଚ ଜବତ କରିଥିବା ଜଣାପଡିଛି । ଗିରଫ ଜଣକ ହେଲେ ଦାନ୍ତୁନ ଥାନା ଅନ୍ତର୍ଗତ ନେକୁଷୁଣି ଅଞ୍ଚଳର ନିତାଇ ଦାସ । ସେ ଗୌରାଙ୍ଗ ତୀର୍ଥଯାତ୍ରୀ ନାମକ ଏକ ଏଜେନ୍ସିର କର୍ମଚାରୀ ।

ଏହି ଏଜେନ୍ସି ବିଭିନ୍ନ ଦଲାଲ ମାନଙ୍କ ସହାୟତାରେ 4 ମାସ ପୂର୍ବରୁ ଟିକେଟ କିଣି ଯାତ୍ରୀଙ୍କୁ ଚଢା ଦରରେ ବିକ୍ରୀ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏହି ଟିମ୍ ବାଲେଶ୍ୱର ଷ୍ଟେସନରୁ ଉକ୍ତ ଦଲାଲକୁ ଗିରଫ କରିବାରେ ସମର୍ଥ ହୋଇଛି ।

ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 18, 2019, 10:54 AM IST

ABOUT THE AUTHOR

...view details