ବାଲେଶ୍ୱର: ଗୋ ଚାଲାଣକୁ ରୋକିଲା ଗୋ ସୁରକ୍ଷା ସେନା । ଓଡିଶାରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ରାସ୍ତାରେ ଅଟକାଇଲେ ଗୋ ସୁରକ୍ଷା ସେନା । ପୋଲିସକୁ ଖବର ଦେବାପରେ 2ଟି ପିକଅପ ଭ୍ୟାନ ସହ 50 ଗୋରୁ ଉଦ୍ଧାର କରିଛି ସେରଗଡ଼ ପୋଲିସ ।
ଗୋ ଚାଲାଣକୁ ଅଟକାଇଲା ଗୋ ସୁରକ୍ଷା ସେନା, 2ଟି ପିକଅପ ଭ୍ୟାନ ଜବତ - balesore
ଅତି ଅମାନୁଷିକ ଭାବରେ ଗୋ ଚାଲାଣ ହେଉଥିବା ବେଳେ ଏହାକୁ ଅଟକାଇଛି ଗୋ ସୁରକ୍ଷା ସେନା । ତେବେ ପୋଲିସର ହସ୍ତାନ୍ତର ପରେ 2ଟି ପିକ ଅପ ଭ୍ୟାନ ଓ 50 ଗୋରୁ ଉଦ୍ଧାର କରିଛି ସୋରଗଡ ପୋଲିସ । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିବା ସୂଚନା ରହିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
ମିଳିଥିବା ସୂଚନାନୁସାରେ, ଆଜି ଭୋର ସମୟରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ 2ଟି ପିକଅପ ଭ୍ୟାନରେ ଅତି ଅମାନୁଷିକ ଭାବେ ଗୋ ଚାଲାଣ କରାଯାଉଥିଲା । ସେରଗଡ଼ ନିକଟ ଏକ ପେଟ୍ରୋଲପମ୍ପ ପାଖରେ ଗୋ ସୁରକ୍ଷା ବାହିନୀ ଗାଡି ଗୁଡିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭ୍ୟାନ ଜବତ କରିବା ସହ 50 ଗୋରୁଙ୍କୁ ଉଦ୍ଧାର କରି ବାମପଦା ଗୋ ଶାଳାରେ ଛାଡିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିବା ଜଣାପଡିଛି ।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ନ୍ୟୁଜ