ଓଡିଶା

odisha

By

Published : Oct 3, 2020, 9:47 PM IST

ETV Bharat / state

ଋଣ ନ ସୁଝିପାରି ଆତ୍ମହତ୍ୟା କଲେ ଦମ୍ପତ୍ତି !

ବାଲେଶ୍ବର ଜିଲ୍ଲା ରୁପ୍ସା ଥାନା ଅଧୀନ ପୋଡାଡିହା ଗ୍ରାମର ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ଋଣଭାର ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Couple commit suicide due to Unable to repay the loan
ଋଣ ନ ସୁଝିପାରି ଆତ୍ମହତ୍ୟା କଲେ ଦମ୍ପତ୍ତି !

ବାଲେଶ୍ବର: ରୁପ୍ସା ଥାନା ଅଧୀନ ପୋଡାଡିହା ଗ୍ରାମର ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ଋଣଭାର ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଋଣ ନ ସୁଝିପାରି ଆତ୍ମହତ୍ୟା କଲେ ଦମ୍ପତ୍ତି !
ମିଳିଥିବା ଖବର ଅନୁସାରେ, ଗ୍ରାମର କାଶୀନାଥ ରାଉଳ ଓ ତାଙ୍କ ସ୍ତ୍ରୀ କନକଲତା ଉଭୟ ଏକ ଋଣ ଲଗାଣକାରୀ ସଂସ୍ଥାରୁ ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଆଣିଥିଲେ । କୋରୋନା କଟକଣା ଯୋଗୁଁ ତାଙ୍କର ଦୁଇ ପୁଅ କୌଣସି କାମ ଧନ୍ଦା ନ ପାଇବାରୁ ସେମାନେ ଋଣ ପରିଶୋଧ କରି ପାରିନଥିଲେ । ଏହାରି ଭିତରେ ଋଣ ଦେଇଥିବା ସଂସ୍ଥାର କର୍ମଚାରୀମାନେ ବାରମ୍ବାର ଘରକୁ ଆସି ଟଙ୍କା ମାଗିବା ସହ ଧମକ ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ଶେଷରେ ସ୍ୱାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details