ଓଡିଶା

odisha

ETV Bharat / state

ବାଲେଶ୍ୱରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଜିଲ୍ଲା କଂଗ୍ରେସ

ବାଲେଶ୍ଵରରେ ଶାନ୍ତି ଫେରାଇବା ପାଇଁ କଂଗ୍ରେସ କଲା ଦାବି । କଂଗ୍ରେସ କଲା ସାମ୍ବାଦିକ ସମ୍ମିଳନୀ । ଏସପି ଓ ଜିଲ୍ଲାପାଳଙ୍କ ବଦଳି ଦାବି । ଅଧିକ ପଢନ୍ତୁ...

By

Published : Mar 16, 2021, 9:17 PM IST

congress press meet in baleswar
ବାଲେଶ୍ୱରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ :ଜିଲ୍ଲା କଂଗ୍ରେସ

ବାଲେଶ୍ବର : ଗତ ଉପନିର୍ବାଚନ ସମୟରେ ବାଲେଶ୍ବରର ଦାୟିତ୍ବ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିବେ ବୋଲି ଜିଲ୍ଲାବାସୀଙ୍କୁ ପ୍ରତିଶୃତି ଦେଇଥିଲେ l ତାଙ୍କର ପ୍ରତିଶୃତି ଉପରେ ବାଲେଶ୍ବରବାସୀ ଆସ୍ଥା ପ୍ରକଟ କରିଥିଲେ । ବିଜେଡ଼ି ପ୍ରାର୍ଥୀଙ୍କୁ ଆଶାତୀତ ସମର୍ଥନ କରି ଜିତାଇଥିଲେ l ମୁଖ୍ୟମନ୍ତ୍ରୀ ବାଲେଶ୍ବରର ଦାୟିତ୍ବ ଗ୍ରହଣ କରିବା ପରଠାରୁ ଶାନ୍ତିପ୍ରିୟ ବାଲେଶ୍ବର ସହର ଅଶାନ୍ତ ହୋଇପଡିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏପରି ଅଭିଯୋଗ ଆଣିଛି ବାଲେଶ୍ଵର ଜିଲ୍ଲା କଂଗ୍ରେସ। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛି କଂଗ୍ରେସ ।

ବାଲେଶ୍ୱରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ :ଜିଲ୍ଲା କଂଗ୍ରେସ

ଏହାସହ ବିଗତ ୨ ମାସ ମଧ୍ୟରେ ୧୫ରୁ ଅଧିକ ଗୁଳିକାଣ୍ଡ ହୋଇଛି । ୩ ଦିନ ତଳେ ସହର ଉପକଣ୍ଠ ବାଲିଘାଟରେ ଗୁଳିକାଣ୍ଡ ଘଟିବା, ବାଲିଘାଟ ଘଟଣାକୁ 24 ଘଣ୍ଟା ନପୂରୁଣୁ ଗଡ଼ଗଡ଼ିଆ ଛକ ନିକଟରେ ଗୁଳିକାଣ୍ତ ଘଟିଥିଲା । ପୁଣି ଚାନ୍ଦିପୁରସ୍ଥିତ ନୂଆପାଳଗଡି ନିକଟରେ ଜଣେ ଜଣାଶୁଣା ଟ୍ରଲର ମାଲିକଙ୍କୁ ଗୁଳି କରି ଦୁବୃର୍ତ୍ତମାନେ ହତ୍ୟା କରିଛନ୍ତି ।

ସେପଟେ ଜଳେଶ୍ବର ବ୍ରାଉନସୁଗାର ହବ ପାଲଟିଛି । ଏହିସବୁ ଘଟଣାକୁ ଲକ୍ଷ୍ୟକଲେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନିଜର କର୍ତ୍ତବ୍ୟରେ ଅବହେଳା କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିପାଇଁ ଜିଲ୍ଲାପାଳ ଓ ଏସପିଙ୍କ ବଦଳି ଦାବି କରିଛି ଜିଲ୍ଲା କଂଗ୍ରେସ। ବାଲେଶ୍ଵରର ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପ୍ରୟାସ ନକଲେ କଂଗ୍ରେସ ଅପ୍ରେଲ ମାସରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details