ଓଡିଶା

odisha

ETV Bharat / state

କଂଗ୍ରେସ ସବୁବେଳେ ପ୍ରତିଶୃତି ରକ୍ଷା କରେ: ରାହୁଲ ଗାନ୍ଧୀ

କଂଗ୍ରେସ ଆସିଲେ ଗରିବ ଲୋକଙ୍କୁ ବର୍ଷକୁ 72 ହଜାର ଟଙ୍କା, ଧାନ କ୍ୱିଣ୍ଟାଲ ପିଛା 26ଶହ ଟଙ୍କା, ଏହା ସହ ଯୁବକଙ୍କୁ ନିଯୁକ୍ତି ଦିଆଯିବ ବୋଲି ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ପ୍ରତିଶ୍ରୁତି ଦେଇଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Apr 26, 2019, 11:27 PM IST

ବାଲେଶ୍ବର: କଂଗ୍ରେସ ସରକାର ଆସିଲେ ଚାଷୀ ଓ ଯୁବକମାନଙ୍କୁ ଦିଆଯିବ ପ୍ରାଧାନ୍ୟ । କଂଗ୍ରେସ ଯେତେବେଳେ ଯାହା ପ୍ରତିଶୃତି ଦେଇଛି ତାହା ପୂରଣ କରିଛି । ସେଥିପାଇଁ କଂଗ୍ରେସକୁ ସମର୍ଥନ କରିବା ସହ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଆହ୍ବାନ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଶୁକ୍ରବାର ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀର ନରହରିପୁର ପଡିଆରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

କେନ୍ଦ୍ର ସରକାର 2କୋଟି ନିଯୁକ୍ତି ଦେବାର ପ୍ରତିଶୃତି ପାଳନ କରି ନଥିବା ବେଳେ ରାଜ୍ୟରେ ନବୀନ ପଟ୍ଟନାୟକ 19 ବର୍ଷ ଶାସନ କରି ଯୁବକଙ୍କୁ ପ୍ରତାରଣା କରିଛନ୍ତି ବୋଲି କହିଛନ୍ତି ରାହୁଲ । ସରକାରୀ ସ୍ତରରେ 2ଲକ୍ଷରୁ ଅଧିକ ପଦବୀ ଫାଙ୍କା ପଡିଥିବା ବେଳେ ଯୁବକମାନେ ଖାଲି ସାର୍ଟିଫିକେଟ ନେଇ ହତାଶ ହୋଇ ବୁଲୁଛନ୍ତି । ସେହିପରି ନରେନ୍ଦ୍ର ମୋଦି ଗରିବର ଟଙ୍କା ଲୁଟି ଫେରାର ହୋଇଥିବା ଲୋକଙ୍କୁ ଘଣ୍ଟ ଘୋଡାଉଛନ୍ତି । ଘରୋଇ କମ୍ପାନୀକୁ ଲାଭ ଦେବାଭଳି ଯୋଜନା କରି ସାଧାରଣ ଲୋକଙ୍କ ଆଖିରେ ମୋଦି ଧୂଳି ଦେଉଛନ୍ତି । ଲୋକଙ୍କ ଖାତାରେ 15 ଲକ୍ଷ ଜମା କରିବା ଠାରୁ ବିମୁଦ୍ରୀକରଣ ପର୍ଯ୍ୟନ୍ତ ସବୁଥିରେ ମୋଦି ଜନତାଙ୍କୁ ଧୋକା ଦେଇଛନ୍ତି ବୋଲି ରାହୁଲ କହିଥିଲେ ।

ତେବେ କଂଗ୍ରେସ ଆସିଲେ ଗରିବ ଲୋକଙ୍କୁ ବର୍ଷକୁ 72 ହଜାର ଟଙ୍କା, ଧାନ କ୍ୱିଣ୍ଟାଲ ପିଛା 26ଶହ ଟଙ୍କା, ଏହା ସହ ଯୁବକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ଏହି ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲ ସମସ୍ତ ପ୍ରାର୍ଥୀମାନଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ଶରତ ପଟ୍ଟନାୟକ ସାମିଲ ହୋଇ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details