ଓଡିଶା

odisha

ETV Bharat / state

ବାଲେଶ୍ୱରରେ ନବୀନ: ବିକ୍ଷୋଭ କରି ବନ୍ଧା ହେଲେ ବିରୋଧୀ

ବାଲେଶ୍ୱରରେ ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଗସ୍ତରେ ୩୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମାବେଶରେ ଅନେକ କଂଗ୍ରେସ ଓ ବିଜେପି ସମର୍ଥକଙ୍କୁ ଗିରଫ କରିଛି ପୋଲିସ । କଂଗ୍ରେସର 45 ଓ ବିଜେପିର 22ଜଣ କର୍ମୀଙ୍କୁ ପୋଲିସ ରାସ୍ତାରୁ ଉଠାଇ ନେଇଥିଲା ।

By

Published : Feb 13, 2019, 10:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ବାଲେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ବାଲେଶ୍ୱରରେ ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଗସ୍ତରେ ୩୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ ମଧ୍ୟ କରିଛନ୍ତି । ନବୀନଙ୍କ ଏହି ଗସ୍ତକୁ ବିରୋଧ କରି ଗିରଫ ହୋଇଛନ୍ତି ବିଜେପି ଓ କଂଗ୍ରେସ ସମର୍ଥକ ।

ନବୀନଙ୍କ ଏହି ଗସ୍ତରେ ଗୋଟିଏ ପଟେ ଆପଣ ମାନେ ଖୁସି ତ ନାରା ପରିବେଶକୁ କୋଳାହଳମୟ କରୁଥିବା ସମୟର ଅନ୍ୟ ପଟେ ନବୀନ ଗୋ ବ୍ୟାକ ଓ ନବୀନ ପଟ୍ଟନାୟକ ଡାଉନ ଡାଉନ ନାରା ଦେଇଛନ୍ତି ବିରୋଧୀ । ନବୀନ ଫେରିଯାଅ ସ୍ଲୋଗାନ ଦେଇ ବିଭିନ୍ନ ସ୍ଥାନରେ କଂଗ୍ରେସ ଓ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏହାସହ ଅନେକ କଂଗ୍ରେସ ଓ ବିଜେପି ସମର୍ଥକଙ୍କୁ ଗିରଫ କରିଛି ପୋଲିସ । କଂଗ୍ରେସର 45 ଓ ବିଜେପିର 22ଜଣ କର୍ମୀଙ୍କୁ ପୋଲିସ ରାସ୍ତାରୁ ଉଠାଇ ନେଇଥିଲା ।

ସୂଚନା ଅନୁସାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭୋଗରାଇ ବ୍ଲକ ତାଳସାରୀ ସୁବର୍ଣ୍ଣ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 12:30ରେ ଉଦଘାଟନ କରିଥିଲେ । ସେଠାରୁ ବାଲେଶ୍ବର ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଆୟୋଜିତ ଉତ୍ତର ଓଡିଶା ବିଜୁ ଯୁବ ବାହିନୀ ସମାବେଶରେ ଅପରାହ୍ନ 3ଟାରେ ପହଞ୍ଚି ଥିଲେ । ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ ବାହିନୀ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ।

ଏହାପରେ ନବୀନ 64ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ 45ଟି ପ୍ରକଳ୍ପ ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୁଇ ମିନିଟ ଭାଷଣରେ ଯୁବକମାନେ ବେଶ ଉତ୍ସାହିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ସୁବର୍ଣ୍ଣରେଖା ବନ୍ଦର କଥା ଉଲ୍ଲେଖ କରିଥିଲେ । ଏହାସହ ତାଙ୍କ ଚର୍ଚ୍ଚିତ ଶବ୍ଦ ଆପଣ ମାନେ ଖୁସି ତ ବୋଲି କହିଥିଲେ । ବାଲେଶ୍ବରରେ ବିଜୁ ଯୁବ ବାହିନୀ ସମାବେଶରେ 5ଟି ଜିଲ୍ଲାରୁ ପାଖାପାଖି 40ହଜାର ଯୁବକ ଯୋଗଦେଇଥିଲେ ।

ବାଲେଶ୍ବରରେ ଆୟୋଜିତ ବିଜୁ ଯୁବ ବାହିନୀ ସମାବେଶର ସନ୍ଧ୍ୟାରେ ବଲିଉଡର କଳାକାର ସଲିମ ଓ ସୁଲେମାନ ତଥା କମେଡିଆନ ଭିଆଇପି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details