ଓଡିଶା

odisha

୨୨ରେ ବାଲେଶ୍ଵର ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ହେବ ଲୋକାର୍ପଣ ଓ ଶିଳାନ୍ୟାସ

By

Published : Dec 19, 2022, 6:27 PM IST

ବାଲେଶ୍ବର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ । ଆସନ୍ତା ୨୨ ତାରିଖରେ ବାଲେଶ୍ଵରକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ବାଲେଶ୍ବରବାସୀ । ଅଧିକ ପଢ଼ନ୍ତୁ

CM to visit Balasore
ବାଲେଶ୍ବର ଯିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର ଯିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ଵର :ଆସନ୍ତା 22 ତାରିଖରେ ବାଲେଶ୍ଵର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ନୂଆ ପ୍ରକଳ୍ପର ଶିଳାନ୍ୟାସ କରିବାର ଯୋଜନା ରହିଛି । ବାଲେଶ୍ଵର ପୋଲିସ ଲାଇନ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଜିଲ୍ଲା ପ୍ରଶାସନ ଓ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରକାର ତଦାରଖ କରାଯାଉଛି । ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଆଜି ପଡ଼ିଆରେ ପହଞ୍ଚି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୫ଶହ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପକୁ ଲୋକାର୍ପିତ କରିବାର ଯୋଜନା ରହିଛି ।

ଏହି ତାଲିକାରେ ବାଲେଶ୍ବର ସହରର ବହୁ ପ୍ରତୀକ୍ଷିତ ଶୋଭରାମପୁର ଓଭର ବ୍ରିଜ୍ ରହିଛି । ସେହିଭଳି ଜିଲ୍ଲାର ବିଭିନ୍ନ ବ୍ଲକରେ ୧୫ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିବିଧ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସେଥିରେ ହଳଦିପଦାରୁ ଦୀଘା ଅନ୍ତଃରାଜ୍ୟ ରାସ୍ତା, ସହଦେବଖୁଣ୍ଟା ବଣ୍ଡରୁ ଫୁଲାଡ଼ି ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା ରହିଛି ।

ଏହାମଧ୍ୟ ପଢ଼ନ୍ତୁ. ମାଟିରେ ମିଶିଲା ବିଶାଳକାୟ ଚିମିନି, ଖଞ୍ଜା ଯାଇଥିଲା 750 କେଜି ବିସ୍ଫୋରକ

ଏ ସମ୍ପର୍କରେ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, "ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ସଦର ମହକୁମାକୁ ଆସିବେ । ପାଖାପାଖି ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକାରର ଶିଳାନ୍ୟାସ ସହ ଉଦଘାଟନ ମଧ୍ୟ କରିବେ । ଅର୍ଥାତ ରାଜ୍ୟ ସରକାର ଜିଲ୍ଲାବାସୀଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ଜିଲ୍ଲାବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ ତାହାର କିଛିଟା ଶିଳାନ୍ୟାସ ଏବଂ କିଛିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଆସୁଛନ୍ତି ।"

ସେହିପରି ବାଲେଶ୍ବରର ସଦର ବିଧାୟକ ସ୍ବରୂପ ଦାସ କହିଛନ୍ତି, "ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ସଦର ମହକୁମାକୁ ଆସିବେ । ଗତବର୍ଷ ନଭେମ୍ବର ୨୬ ତାରିଖର ମଧ୍ୟ ମୁଖ୍ୟମନ୍ତ୍ରୀ ବାଲେଶ୍ବର ଆସିଥିଲେ । ହେଲେ ସେତେବେଳେ କୋଭିଡ କଟକଣା ଯୋଗୁଁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନଥିଲେ । ହେଲେ ଏଥର କୋଭିଡ କଟକଣା ନଥିବାରୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଭେଟିବେ । ଏହାକୁ ନେଇ ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ତେବେ ଆଶା କରାଯାଉଛି ସେହିଦିନ ୧୫ରୁ ୨୦ ହଜାର ଲୋକ ସାମିଲ ହେବେ । ନିକଟରେ ମୁଖ୍ୟମନ୍ତ୍ରୀ ବାଲେଶ୍ବରରେ ବିଜୁ ସ୍ବାସ୍ଥ୍ୟକାର୍ଡ ମଧ୍ୟ ବାଣ୍ଟିଥିଲେ । ହେଲେ ଏଥର ପୁଣିଥରେ ବାଲେଶ୍ବରକୁ ମୁଖ୍ୟମନ୍ତ୍ରୀ ଆସୁଥିବା ନେଇ ସମସ୍ତଙ୍କ ମଧ୍ୟରେ ଖୁମି ଦେଖିବାକୁ ମିଳିଛି ।"

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details