ଓଡିଶା

odisha

ETV Bharat / state

ଅଫୁଟା ବାଣ ଫୁଟି ଛାତ୍ର ମୃତ

ଅଫୁଟା ବାଣରେ ନିଆଁ ଲଗାଉଥିବାବେଳେ ବାଣ ଫୁଟି ବଳରାମ ପାଟଣା ଗ୍ରାମରେ ଗୌତମ ନାମକ ଜଣେ ଛାତ୍ରର ମୃତ୍ୟୁ । ଗୌତମକୁ କଟକ ବଡ଼ ଡ଼ାକ୍ତରଖାନାକୁ ନେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି ।

By

Published : Jul 9, 2019, 3:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ଔପଦା ବ୍ଲକ ଅଧିନ କାଣ୍ଡଗରଡ଼ିହି ପଞ୍ଚାୟତ ବଳରାମ ପାଟଣା ଗ୍ରାମରେ ଏକ ଅଫୁଟା ବାଣରେ ନିଆଁ ଲଗାଉଥିବାବେଳେ ବିସ୍ଫୋରଣ ଘଟି ଜଣେ ଛାତ୍ରର ମୃତ୍ୟୁ ଘଟିଛି ।

ନୀଳଗିରି ଥାନା ବଳରାମ ପାଟଣା ଗ୍ରାମରେ ଗତକାଲି ଏକ ବିବାହ ଉତ୍ସବରେ ବରଯାତ୍ରୀ ଶୋଭାଯାତ୍ରା କରି ଯାଉଥିଲେ । ସେଥିମଧ୍ୟରୁ ରାସ୍ତାରେ କିଛି ଅଫୁଟା ବାଣ ପଡି ରହିଥିଲା । ପରେ ସେହି ଗ୍ରାମର ସୋମନାଥ ମଲ୍ଲିକଙ୍କ ପୁଅ ଗୌତମ ପଡିଥିବା ଅଫୁଟା ବାଣକୁ ଆଣି ନିଆଁ ଲଗାଇ ଫୁଟାଇବାକୁ ଚେଷ୍ଟା କଲାବେଳେ ହଠାତ ବିସ୍ଫୋରଣ ହେବାରୁ ତାଙ୍କର ମୁହଁ ଓ କାନମୂଳରେ ଗଭୀର ଆଘାତ ଲାଗିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗୁରୁତର ଭାବେ ଗୌତମକୁ ବାଲେଶ୍ଵର ଡାକ୍ତରଖାନାକୁ ନିଆଯାଇଥିବାବେଳେ ପରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ନେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details