ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏକ ନବଜାତ ଶିଶୁର ମୃତଦେହକୁ କୁକୁର ଟାଣି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ବୁଧବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମା’ ଓ ଶିଶୁ ବିଭାଗ ନିକଟରେ ନବଜାତ ଶିଶୁର ମୃତ ଶରୀରକୁ କୁକୁରମାନେ ଖାଉଥିବା ଦେଖିବାକୁ ମିଳିଥିଲା । ସେଠାରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଏହି ଦୃଶ୍ୟ ଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ପରେ ମେଡିକାଲର ସଫେଇ କର୍ମଚାରୀ ମୃତ ଶିଶୁକୁ ସେଠାରୁ ନେଇ ଅନ୍ୟତ୍ର ଫିଙ୍ଗିଥିବା ଜଣାପଡିଛି ।