ଓଡିଶା

odisha

ETV Bharat / state

ମୁ୍ଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ କଥା ବୁଝିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ରୋଗୀଙ୍କ କଥା ବୁଝିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଚିକିତ୍ସାଳୟର ସମସ୍ୟା ବିଷୟରେ ଅବଗତ ହେବା ସହ ରୋଗୀଙ୍କୁ ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ମୁ୍ଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ କଥା ବୁଝିଲେ କେନ୍ଦ୍ରମନ୍ତ୍ରୀ

By

Published : Oct 22, 2019, 4:52 AM IST

ବାଲେଶ୍ବର: ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ସୋମବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହଠାତ ପହଞ୍ଚି ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ। ଏହାସହ ମେଡିକାଲରେ ଥିବା ବିଭିନ୍ନ ସମସ୍ୟା ଓ ରୋଗୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ କେନ୍ଦ୍ରମନ୍ତ୍ରୀ।

ମୁ୍ଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ କଥା ବୁଝିଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାକୁ କାମ ସନ୍ଧାନରେ ଆସିଥିବା ଝାଡ଼ଖଣ୍ଡ ନଦିଆ ବଜାରର ସୁନୀତା ନାମକ ଜଣେ ମହିଳା ମହାବୀର ଟ୍ରେନରେ ଆସୁଥିବା ବେଳେ ସାଙ୍ଗରେ ଆସୁଥିବା ଦଲାଲ ମାନେ ତାଙ୍କୁ ଛୁରା ଘାତ କରି ଛୋଟ ଶିଶୁକୁ ଛଡାଇ ନେଇଥିଲେ। ସୁନିତାଙ୍କୁ ଟ୍ରେନରୁ ଠେଲିଦେଇ ଦଲାଲମାନେ ଫେରାର ହୋଇଯାଇଥିଲେ। ଅମର୍ଦ୍ଦା ଷ୍ଟେସନରୁ ସୁନିତାଙ୍କୁ ଉଦ୍ଧାର କରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ସୁନୀତାଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ । ସୁନୀତାଙ୍କୁ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details