ଓଡିଶା

odisha

ETV Bharat / state

ବାଲେଶ୍ବରବାସୀଙ୍କ ସମସ୍ୟା ଶୁଣିବେ ଅଫିସର, ତାଗିଦ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବାଲେଶ୍ବର ସଦର ବ୍ଲକରେ ଉନ୍ନୟନମୂଳକ ଯୋଜନାର ତର୍ଜମା କରିଛନ୍ତି । ଏହା ସହ ଜିଲ୍ଲାବାସୀଙ୍କ ଅସୁବିଧା ସିଧାସଳଖ ଶୁଣିବା ପାଇଁ ଅଫିସରମାନଙ୍କୁ ତାଗିଦ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 14, 2019, 5:35 PM IST

Updated : Aug 14, 2019, 8:41 PM IST

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବାଲେଶ୍ଵର ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ସଦର ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ସଦର ବିଧାୟକ ମଦନ ମୋହନ ଦତ୍ତ, ବିଡ଼ିଓ ଶଙ୍କର୍ଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଆଜି ମନ୍ତ୍ରୀ ବାଲେଶ୍ବର ସଦର ବ୍ଲକର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବ୍ଳକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଜିଲ୍ଲାବାସୀଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସୁଯୋଗ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାବାସୀଙ୍କ ଅସୁବିଧା ସିଧାସଳଖ ଶୁଣିବା ପାଇଁ ଅଫିସର ମାନଙ୍କୁ ତାଗିଦ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାର ଉପଯୁକ୍ତ କାର୍ଯ୍ୟକାରିତାକୁ ନେଇ ସେ ଆଲୋଚନା କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 14, 2019, 8:41 PM IST

ABOUT THE AUTHOR

...view details