ଓଡିଶା

odisha

By

Published : Jan 18, 2020, 2:27 PM IST

ETV Bharat / state

ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, 3 ଗିରଫ

ବାଲେଶ୍ଵରରେ ବ୍ରାଉନସୁଗାର ଜବତ । 12 ଗ୍ରାମ ବ୍ରାଉନସୁଗାର, ବାଇକ ସହ 3ଜଣଙ୍କୁ ଗିରଫ କରିଛି ପୋଲିସ।

brown-suger-seize-in-balasor-3-arrested
ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ 3 ଗିରଫ

ବାଲେଶ୍ଵର: ବ୍ରାଉନ ସୁଗାର ଜବତ । ଜିଲ୍ଲା ସୋର ଥାନା ବାରିକପୁର ଗୋରୁହାଟ ନିକଟରୁ ବ୍ରାଉନସୁଗାର ସହ 3ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ 3 ଗିରଫ

ସୂଚନା ଅନୁଯାୟୀ, ଜଳେଶ୍ବର ଅଞ୍ଚଳରୁ ଏକ ବାଇକରେ ବ୍ରାଉନସୁଗାର ଭଦ୍ରକ ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ବାରିକପୁର ହାଟ ନିକଟରେ ସୋର ପୋଲିସ ଗାଡି ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କ ଗାଡିରୁ ବ୍ରାଉନସୁଗାର ମିଳିଥିଲା । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 12 ଗ୍ରାମ ବ୍ରାଉନସୁଗାର, 3 ହଜାର ଟଙ୍କା, 3ଟି ମୋବାଇଲ ଓ ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଅଞ୍ଚଳର ଶ୍ରୀକାନ୍ତ ପେଡା, ସୁବ୍ରତ କର ଓ ଜଳେଶ୍ବର ଅଞ୍ଚଳର ମିର ସୟଦ ଅଲ୍ଲୀ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details