ଓଡିଶା

odisha

ETV Bharat / state

Train Tragedy: ସାଜିଥିଲେ ଦେବଦୂତ୍ତ, 88ଜଣଙ୍କ ଜୀବନ ବଞ୍ଚାଇଛନ୍ତି ଦୁଇ ଯୁବକ - ବାହାନଗା ଟ୍ରେନ ଦୁର୍ଘଟଣା

ବାଲେଶ୍ବର ରେଳ ଦୁର୍ଘଟଣା। 88ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ଦୁଇ ଯୁବକ ଦୀପକ ଓ ଶୁଭଙ୍କର। ଅଧିକ ପଢନ୍ତୁ

Odisha train tragedy
Odisha train tragedy

By

Published : Jun 6, 2023, 7:34 AM IST

ବାଲେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ଦୁଇ ସାହାସୀ ଯୁବକ ଦୀପକ ରଂଜନ ବେହେରା ଏବଂ ଶୁଭଙ୍କର ଜେନା । ଅନେକ ଆହତଙ୍କୁ ଦୁର୍ଘଟଣା ଗସ୍ତ ଟ୍ରେନରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ଏହି ଦୁଇ ଯୁବକ। ଏମାନଙ୍କ ଅଦମ୍ୟ ସାହସ ଯୋଗୁଁ କରମଣ୍ଡଳର କାଳରୁ 88ଜଣଙ୍କ ଜୀବନ ବର୍ତ୍ତିଯାଇଛି। ଉଭୟଙ୍କ କାର୍ଯ୍ୟକୁ ଏବେ ଚାରି ଆଡେ ପ୍ରଶଂସା କରାଯାଉଛି। ଉଦ୍ଧାର କାର୍ଯ୍ୟ ପରେ ସେହି ସମୟର ଛାତି ଥରା କାହାଣୀ ବଖାଣିଛନ୍ତି ଦୀପକ ଓ ଶୁଭଙ୍କର।

ଦୀପକ ରଂଜନ ବେହେରା, ଯେକି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ଶୁକ୍ରବାର ସନ୍ଧ୍ୟା 6ଟା 45 ମିନିଟ ସମୟରେ ସେ ତାଙ୍କ ସାଙ୍ଗ ମାନଙ୍କ ସହ ପଡିଆରେ ଖେଳୁଥିଲେ । ଏହି ସମୟରେ ହଠାତ ବହୁତ ଜୋରେ ଶବ୍ଦ ହୋଇଥିଲା। ଏହାପରେ ଟ୍ରେନ ଦୁର୍ଘଟଣା ହୋଇଥିବା ଜାଣିପାରି ସେ ଶୁଭଙ୍କର ଓ ତାଙ୍କ ଅନ୍ୟ 6 ଜଣ ସାଙ୍ଗ ମିଶି ସଙ୍ଗେ ସଙ୍ଗେ ଆହତଙ୍କୁ ଉଦ୍ଧାର କରିବା ଆରମ୍ଭ କରି ଦେଇଥିଲେ।

ଏହାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି କେହି କାଳବିଳମ୍ବ ନକରି ଜଣଙ୍କ ପରେ ଜଣେ ଯାତ୍ରୀଙ୍କୁ ବଗିରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଉଦ୍ଧାରକାରୀ ଟିମ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ଦ୍ବାରା ବହୁ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାତି ସାରା ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ନିଜକୁ ନିୟୋଜିତ କରି ମାନବିକତାର ପରିଚୟ ଦେଇଥିଲେ ।

ଦୀପକ ରଂଜନ ବେହେରା କହିଛନ୍ତି, "ଯେତେବେଳେ ଆମେ ବଗିରେ ପ୍ରବେଶ କଲୁ ଜଣଙ୍କ ଉପରେ ଜଣେ ଯାତ୍ରୀ ଶୋଇ ରହିଥିବା ଦେଖିବାକୁ ପାଇଥିଲୁ। ଅନେକ ଯାତ୍ରୀ ପାଇଁ ଉଦ୍ଧାର ପାଇଁ ଚିତ୍କାର କରୁଥିଲେ । ବହୁ ଲୋକଙ୍କୁ ଉଦ୍ଧାର କରିଥିଲୁ । ଅନେକ ଲୋକ ଆମ ସାମ୍ନାରେ ଆଖି ମଧ୍ୟ ବୁଜିଥିଲେ । ବଗି ଭିତରେ ଅନ୍ଦାର ହୋଇଥିବାରୁ କିଛି ଦୃଶ୍ୟ ମାନ ହେଉନଥିଲା। ତଥାକବି କଳେ ବଳେ କୌଶଳେ ଆମେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲୁ । ପ୍ରାୟ 88 ଜଣଙ୍କ ଜୀବନ ରକ୍ଷା କରିଥିଲୁ ।" ଉପସ୍ଥିତ ସ୍ଥାନୀୟ ଲୋକେ ଶହ ଶହ ଲୋକଙ୍କ ଜୀବହନ ରକ୍ଷା କରିଥିଲେ ।

ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ । ଯଦି ଏହି ସମୟ ମଧ୍ୟରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଏ ତେବେ ସେମାନଙ୍କ ଜୀବନ ବର୍ତ୍ତିଯାଇ ପାରିବ । ତେଣୁ ଆହତଙ୍କୁ ଉଦ୍ଧାର କରି ଗାଡି ଯୋଗେ ହସ୍ପିଟାଲ ନେଇଥିଲୁ । ସାଇକେଲରେ ମଧ୍ୟ କିଛି ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏହାପରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ସ୍ଥନାୟୀ ଲୋକେ ମଧ୍ୟ ଆହତଙ୍କୁ ହସ୍ପିଟାଲକୁ ନେଇଥିଲେ । ଯାହା ଫଳରେ ଅନେକ ମୃତ୍ୟୁର ମୁହଁରୁ ବର୍ତ୍ତିଯାଇଛନ୍ତି ।

ଶୁଭଙ୍କର ଜେନା କହିଛନ୍ତି ଯେ, ଦୁର୍ଘଟଣାଗସ୍ତ ବଗି ଭିତରେ ଜମେ ଗର୍ଭବତୀ ମହିଳା ଚତ୍କାର କରୁଥିଲେ । ତାଙ୍କୁ ଉଦ୍ଧାର କରିବାରେ ଆମେ ସଫଳ ହୋଇଥିଲୁ । ଏପରି ଦୁଃଖ ସମୟରେ ଅନେକ ସ୍ବେଚ୍ଛାସେବୀ ସଂଗଠନ ଖାଦ୍ୟ ବଣ୍ଟନ କରିଥିଲେ । ରିଲିଆନ୍ସ ଫାଉଣ୍ଡେସନ ତରଫରୁ ସୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରାଯାଇଥିଲା । ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଚିକିତ୍ସା ସେବା ଯୋଗାଇଥିଲା ।

ABOUT THE AUTHOR

...view details